ବରିଷ୍ଠ ବିଜେଡି ନେତା ତଥା ଯାଦବ ନେତୃତ୍ୱ କାର୍ତ୍ତିକ ଚନ୍ଦ୍ର ବାଗଙ୍କ ଶ୍ରଦ୍ଧାଞ୍ଜଳି ସଭା

ଓଡି଼ଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ଚନ୍ଦାହାଣ୍ଡି ସଦର କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ବିଜେଡି ନେତା ତଥା ନବରଙ୍ଗପୁର ଜିଲ୍ଲା ପଛୁଆ ବର୍ଗ ସଭାପତି କାର୍ତ୍ତିକ ଚନ୍ଦ୍ର ବାଗଙ୍କ ଅକାଳ ବିୟୋଗରେ ଚନ୍ଦାହାଣ୍ଡି ବ୍ଲକ ପଛୁଆବର୍ଗ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ସଭାରେ ସର୍ବ ପ୍ରଥମେ ଶ୍ରଦ୍ଧା ସୁମନ ଅର୍ପଣ ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ବକ୍ତାମାନେ ସ୍ବର୍ଗତ ବାଗଙ୍କ ଗୁଣ ଗାରିମା ସ୍ମରଣ କରି ତାଙ୍କ ସହିତ ବିତାଇ ଥିବା ଅନେକ ଘଟଣା ବିଷୟରେ ଆଲୋକପାତ କରିଥିଲେ। ତାଙ୍କ ବିୟୋଗ ପଛୁଆ ବର୍ଗ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ମତ ପ୍ରକାଶ ପାଇଛି। ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ବାଗ ପଛୁଆ ବର୍ଗ ଲୋକଙ୍କ ମୌଳିକ ଅଧିକାର ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ସେହି ଅଧୁରା ସ୍ଵପ୍ନକୁ ସମସ୍ତେ ମିଳିମିଶି ପୂରଣ କରିବାକୁ ସଂକଳ୍ପ କରିଥିଲେ। ଏହି ସ୍ମୃତି ସଭାରେ ପୁରୁଷତ୍ତମ ପାରୀ, ଗୌରହରୀ ନାୟକ, ମଧୁସୂଦନ ନାଗେଶ, ଝୁମୁକଲାଲ ସାହୁ, ଭୋଜରାମ ସିହ୍ନା, ମହେଶ୍ୱର ଦାସ, ଲଖନ ନାୟକ, ଚୈତୁରାମ୍ ଦଣ୍ଡସେନା, ଭୋଦେବ ବାଗ, ପ୍ରଶାନ୍ତ ପାରି, ତରୁଣ ଗୌଡ଼, ପୁରଣସିଂ ଦଣ୍ଡସେନା, ଡ଼ମ୍ରୁ ହରିନା, ଋଷୁ ବାଗ, କମଲୁ, ଷଷ୍ଠୀ, ତୁଳା, ସମସ୍ତ ପଛୁଆ ବର୍ଗ ସଂଘର କର୍ମ କର୍ତ୍ତା ଯୋଗ ଦେଇଥିଲେ।

Omkar Vasthu
Omkar Vasthu


ଠିକ ସେହିପରି ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡିପାଣି ବଜାର ପଡ଼ିଆରେ ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ବାଗଙ୍କ ଆବର୍ତ୍ତମାନରେ ଯାଦବ ସମାଜ ତରଫରୁ ମଧ୍ୟ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଯାଦବ ସମାଜର କର୍ମକର୍ତ୍ତାମାନେ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭାର ସଭାପତି ଭାବେ ଯାଦବ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସ୍ବର୍ଗତ ବାଗଙ୍କ ଅବଦାନ କେବେହେଲେ ଭୁଲି ହେବନାହିଁ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଛି। ତାଙ୍କ ପ୍ରତି କେବଳ ନବରଙ୍ଗପୁରର ଯାଦବ ଓ ପଛୁଆ ବର୍ଗଙ୍କ ଭଲ ପାଇବା ନୁହଁ ପରନ୍ତୁ କଳାହାଣ୍ଡି, ନୂଆପଡା, ଛତିଶଗଡ଼ ସର୍ବୋପରି ଉତ୍କଳ ଯାଦବ ମହାସଭାର ଲକ୍ଷ ଲକ୍ଷ ଯାଦବଙ୍କ ଭଲ ପାଇବା ଥିଲା। ରାଜନୈତିକ ଦଳ ପାଇଁ ହେଉ କି ନିଜର ସମାଜ ପାଇଁ ହେଉ ସେ ସାହାସ ସହିତ ଲଢ଼ୁଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଯାଦବ ସମାଜର ସଭାପତି ଜଗଦିଶ ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଶୋକସଭାରେ ସଂପାଦକ ଶୋଭା ସିଂ ପୋଡ, ଯାଦବ ସମାଜ ଯୁବ ସଭାପତି ଭୋଦେବ ବାଘ, ନୀଳମଣି ଗୌଡ, ଅଭିରାମ ବଗର୍ତ୍ତି, ବଳେକ ହାତି, ବଳିରାମ ଚିଲାଗୁନ, ଡମ୍ବରୁଧର ଗୌଡ, କମୁଲୁ ମନହିରା, ବାସୁଦେବ ଗୌଡ, ଡମ୍ବରୁଧର ହରିଣା, ପୁରୁଷୋତ୍ତମ ଗୋପାଳ, ଅର୍ଜୁନ ଚଣ୍ଡି, ମୁନା ପୋଡ଼, ମହେଶ୍ବର ଗୋପାଳ, ତରୁଣ ଗୌଡ, ମୋତିଲାଲ ହଂସ, ଗଜେନ୍ଦ୍ର ଖର୍ସେଲ, ରତନ ନିଅଲ, ଜମ୍ବୁ ହାତି, ଜୟରାମ ଜାଲ, ନାରାୟଣ ଗହିର, ପର୍ଶୁରାମ ବାଘ, ତ୍ରିନାଥ କଟା, ଘାସିରାମ ଗୌଡ, ଅକ୍ଷୟ କୁମାର ଗୋପାଳ ଏବଂ ଯାଦବ ସମାଜର ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.