କୋକସରା ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବିନୟ କୁମାର ଭୋଇ ଯୋଗଦେଇଛନ୍ତି । ପୂର୍ବରୁ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ମନୀଷା ଦାସ କାର୍ଯ୍ୟରତ ଥିଲେ । ବିଡିଓ ଶ୍ରୀମତୀ ଦାସଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀଭୋଇ ଯୋଗଦେଇଛନ୍ତି । ଦ୍ୱାୟିତ୍ୱ ଗ୍ରହଣ ଅବସରରେ ସୋମବାର ବିଡିଓ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିପିଓ ନାରାୟଣ ଭୋଇ, ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ଦୀପକ ବେହେରା ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ସମିତି ସଭ୍ୟ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.