କାଳୀକୃଷ୍ଣ ସଂଘର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସତ୍ୟାନନ୍ଦ ସରସ୍ୱତୀ ମହାରାଜା ପବିତ୍ର ଋଷି ପଞ୍ଚମୀ ତିଥିରେ ବ୍ରହ୍ମଳୀନ ହୋଇଥିଲେ। ନୂଆଖାଇ ଓ ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ବ୍ରହ୍ମଳୀନ ଦିବସକୁ ସ୍ମରଣ ପୂର୍ବକ ନୂଆଖାଇ ଭେଟଘାଟ କାଳୀକୃଷ୍ଣ ସଂଘ ଆୟୋଜନ କରିଥାଏ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଚାରବାହାଲ ଶାଖା ସଂଘ ମାଧ୍ୟମରେ ଚାରବାହାଲ ଧାନମଣ୍ଡି ଠାରେ ନୂଆଖାଇ ଭେଟଘାଟ-୨୦୨୨ ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ଓ ବେଦବ୍ରହ୍ମା ସରୋଜାନନ୍ଦଜୀ ଯୋଗଦାନ କରି କହିଥିଲେ ନୂଆଖାଇର ମହାନ ପରମ୍ପରାକୁ ବଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଅନ୍ନ ବ୍ରହ୍ମ। ବ୍ରହ୍ମଙ୍କ ସୃଷ୍ଟିକୁ ଗୁରୁଇଷ୍ଟଙ୍କ ଠାରେ ସମର୍ପଣ କରି ପ୍ରସାଦ ଭାବରେ ସେବନ କରିବା ଏକ ନିଆରା ଭାବନା, ଏହା ମାଧ୍ୟମରେ ଅନ୍ନର ମହିମା ଗରୀୟାନ ହୋଇଥାଏ।

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ କାଳୀକୃଷ୍ଣ ସଂଘର କ୍ରିୟାନନ୍ଦ, ପ୍ରିୟାନନ୍ଦ, ସଦାନନ୍ଦ, ଅଭୟାନନ୍ଦ, ଶୋଭାନନ୍ଦ, ଦୟାନନ୍ଦ, ମାଧବାନନ୍ଦ, ଲକ୍ଷ୍ମୀ ଖମାରୀ, ସୁଜିତ ଠାକୁର, ନବୀନ ମେହେର, ତନୁକ ନାଗ, ନବୀନ ରାଉତ, ଜନ୍ମେଜୟ ଦାଶ ସମେତ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରର ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରସାଦ ଦଳପତି, ଦିବାକର ନାଏକ, ଜ୍ଞାନ ପଣ୍ଡା, ସୌଦାମିନୀ ସାହୁ, ଧିରେନ୍ଦ୍ର ସାହୁ, ବସନ୍ତ ସାହୁ ସମେତ ଚାରବାହାଲର ଭାଇ, ଭଉଣୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.