ଶିକ୍ଷାବର୍ଷ ମଧ୍ୟ ଭାଗରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତି ପ୍ରତ୍ୟାହାର କରାଯାଉ -ଏଆଇଏସ୍ଏଫ୍

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସରକାରଙ୍କ ଅନ୍ୱେଷା ଯୋଜନାରେ କଳାହାଣ୍ତି ଜିଲ୍ଲାର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ମଡର୍ଣ୍ଣ ପବ୍ଲିକ୍ ସ୍କୁଲ୍, ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍, ଦିବ୍ୟଜ୍ୟୋତି ପବ୍ଲିକ୍ ସ୍କୁଲ୍ -୧ ଓ ୨, ଏବିସିଏସ୍ ସ୍କୁଲ୍, ଏସ୍.ଏମ୍.ଆଇ କନ୍ସେପ୍ଟ୍ ସ୍କୁଲ୍, ସେଣ୍ଟ୍ ଡାନିଏଲ୍ ସ୍କୁଲ୍, ସିନର୍ଜି ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଜୁନାଗଡ ନେତାଜୀ ରାପିଡ୍ ଫୋର୍ସ ପବ୍ଲିକ୍ ସ୍କୁଲ୍ ଇତ୍ୟାଦିରୁ ଚଳିତବର୍ଷ ସେପ୍ଟେମ୍ୱର ମାସରେ ବିନା ସୂଚନାରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ଥାନାନ୍ତର କରିବା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଉପରେ କୁଠାରଘାତ କରିଛି । ଯଦି ଏହି ବିଦ୍ୟାଳୟଗୁଡିକ ଆବଶ୍ୟକୀୟ ଗୁଣମାନରେ ନ୍ୟୁନ ଥିଲେ, ତେବେ ଶିକ୍ଷାବର୍ଷ ଆରମ୍ଭରୁ ଅଭିଭାବକମାନଙ୍କୁ ଉପଯୁକ୍ତ ସୂଚନା ଦେଇ ସ୍ଥାନାନ୍ତର କରାଯାଇ ପାରିଥାନ୍ତା । ମାତ୍ର ଶିକ୍ଷାବର୍ଷ ମଧ୍ୟଭାଗରେ ଏଭଳି ତରବରିଆ ଓ ମନମୁଖୀ ପଦକ୍ଷେପ କୋମଳମତି ଛାତ୍ରଛାତ୍ରୀଙ୍କୁ ମାନସିକ ଓ ସାମାଜିକ ଭାବରେ ଗଭୀର ଆଘାତ କରିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ସ୍ଥାନାନ୍ତର ନିଷ୍ପତ୍ତି ନେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଓ ତାଙ୍କ ଅଭିଭାବକଙ୍କୁ ସୂଚନା ନଦେବା ଅତ୍ୟନ୍ତ ଚିନ୍ତାଜନକ । ଏଥରୁ ସ୍ପଷ୍ଟ ପ୍ରମାଣିତ ଯେ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ‘ଶିକ୍ଷା ଏକ ଅଧିକାର ନୁହେଁ – ସରକାରଙ୍କ ଦୟା’। ତେଣୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ତାଙ୍କ ପୂର୍ବ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ସମାପ୍ତ ହେବା ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଦିଆଯିବା ପାଇଁ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ପକ୍ଷରୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଦେଶାଳୟ ଘେରାଉ ପାଇଁ ଛାତ୍ର ସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା ଚେତାବନୀ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.