ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଜିଲ୍ଲା ସ୍ତରୀୟ ଅଷ୍ଟମ ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମୁସିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପରିସରରେ ଓଏଭିର କଳାହାଣ୍ଡି ଜିଲ୍ଲା ସ୍ତରୀୟ ଅଷ୍ଟମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଓଏଭି କଳାହାଣ୍ଡିର ନୋଡାଲ୍ ଅଧ୍ୟକ୍ଷା ଇତିଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଉଦଘାଟନ କରିଥିବା ବେଳେ ଏଥିରେ ଜିଲ୍ଲାର ୧୩ଟି ଓଏଭିରୁ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ଅବସରରେ ତର୍କ, ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, କ୍ୱିଜ, ଚିତ୍ରାଙ୍କନ, ଏକକ ଓ ଦଳଗତ ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ କୋରାପୁଟରେ ଜୋନାଲ ପ୍ରତିଯୋଗିତାରେ ଭାଗ ନେବେ ବୋଲି ନୋଡାଲ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.