ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେପୁର ହାଇସ୍କୁଲକୁ ଫାଇବ୍-ଟି ରେ ଅନ୍ତର୍ଭୁକ୍ତ କରିବା ଏବଂ ସେଁପୁର ୟୁଜିଏମଇ ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଦେବା ଦାବିରେ ଡ଼. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ଦେପୁର ଓ ସେଁପୁର ଗ୍ରାମବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଦୀର୍ଘ ୩୨ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଧବଳେଶ୍ୱର ହାଇସ୍କୁଲ ଦେପୁରର ପୁରୁଣା କୋଠାସବୁ ପ୍ରାୟେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଆଉ ମୁଖ୍ୟ ରାଜାରାସ୍ତାର ସାମ୍ନାରେ ଥିବା ହାଇସ୍କୁଲର ମୁଖ୍ୟ ପ୍ରାଚୀର ଭାଙ୍ଗି ଯାଇଛି । ପୂର୍ବରୁ ଡ଼. ଭବାନୀ ଶଙ୍କର ନିଆଲ ଧବଳେଶ୍ୱର ହାଇସ୍କୁଲକୁ ପୋଷ୍ୟ ହାଇସ୍କୁଲ ଭାବରେ ଗ୍ରହଣ କରିଛନ୍ତି ମୋ ସ୍କୁଲ ଅଭିଯାନ ମାଧ୍ୟମରେ । ଏହାକୁ ଅତିଶୀଘ୍ର 5Tରେ ଅନ୍ତର୍ଭୁକ୍ତ କରିବା, ଏହାର ଭିତ୍ତି ସରଂଚନାରେ କୋଠାଘର ତିଆରି କରିବା ଇତ୍ୟାଦି ଦାବୀ ନେଇ ପଞ୍ଚାୟତ ବାସୀ, ପଂଚାୟତ କମିଟି, ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ତଥା ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏହି ଉପରେ ଡ଼. ନିଆଲ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ସିଇଓ, ଜିଲ୍ଲାପାଳ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିରେ ପୁରୁନ୍ଦର କରୁଆଁ, କେଶବ କରୁଆ, ହରି ମାଝୀ, ଦୟାନିଧି ମହାନନ୍ଦ, ଶେଷ ଦିପ, ହଂସ ହାତୀ, କୃଷ୍ଣଚନ୍ଦ୍ର ବେହେରା, ଉମାକାନ୍ତ ଯାନୀ, ମନୋଜ କୁମାର ଯୋଶୀ, ସୁରେନ୍ଦ୍ର ସାହୁ, ପିଙ୍କୁ ଗଉଡ଼, ଦିନମଣୀ ସା, ଗୋକୁଳ ନାଏକ, ବିଚିତ୍ର ବିଶ୍ୱାଳ, ବନବାସ ଦୀପ, ଉଦ୍ଧବ ମହାନନ୍ଦ, ମଳୟ ଗଉଡ଼, ପୂର୍ଣ୍ଣ ନାଏକ ପ୍ରମୁଖ ସାମିଲ ଥିଲେ । ଏଥି ସହିତ ସେଁପୁର ୟୁଜିଏମଇ ସ୍କୁଲଠାରେ ଗତ ୧୨ବର୍ଷରୁ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ପଦବୀକୁ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।