ହକି ଇଣ୍ଡିଆ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ୍ ଦିଲୀପ ତିର୍କୀ ହକି ଇଣ୍ଡିଆ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟାରେ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ଉଚ୍ଚକୁ ନେବାକୁ ମୁଁ ବଦ୍ଧ ପରିକର । ସମସ୍ତଙ୍କ ଆଶୀର୍ବାଦ ନେଇ ଭାରତୀୟ ହକିର ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଛି ।

Omkar Vasthu
Omkar Vasthu

୪୪ ବର୍ଷୀୟ ଦିଲୀପ ତିର୍କୀ ପୂର୍ବରୁ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ଏହା ପୂର୍ବରୁ ସେ ଓଟିଡିସିର ଅଧ୍ୟକ୍ଷ ଥିଲେ । ଏବେ ସେ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ୧୯୯୮ରେ ବ୍ୟାଙ୍କଂକରେ ଭାରତୀୟ ଦଳ ସ୍ୱର୍ଣ୍ଣ ଜିତିଥିଲା । ସେହି ଟିମରେ ଥିଲେ ଦିଲୀପ ତିର୍କୀ । ସେହିଭଳି ୨୦୧୨ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳ ରୌପ୍ୟ ଜିତିଥିବା ବେଳେ ଟିମରେ ଥିଲେ ଦିଲୀପ । ତା’ଛଡ଼ା ଦିଲୀପ ତିର୍କୀ ଏସିଆ କପ୍ ୨୦୦୩ ଓ ୨୦୦୭ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୯୯ରେ ଦିଲୀପ ହାତେଇ ଥିଲେ ବ୍ରୋଞ୍ଜ ପଦକ । ଅକ୍ଟୋବର ୯ ତାରିଖରେ ହକି ଇଣ୍ଡିଆର ନିର୍ବାଚନ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.