ବାରଙ୍ଗପଲିଆ କୁଳ ମହୋତ୍ସବ ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଆମପଡା ଠାରେ ବାରଙ୍ଗପାଲିଆ କୁଳ ମହୋତ୍ସବର ୨ୟ ପ୍ରସ୍ତୁତି ବୈଠକ ଏକଲବ୍ଯ ପଧାନଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍‌ ତଥା କବି କ୍ଷିତିପତି ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଉଦ୍ୟେକ୍ତା ମଣ୍ଡଳୀର ସମସ୍ତ ସଭ୍ୟ ଓ ବିଭିନ୍ନ ବ୍ଲକ ଓ ଆଞ୍ଚଳିକ କମିଟୀ ସଭ୍ୟମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କୁଳ ମହୋତ୍ସବର ଶୁଭାରମ୍ଭ ପୂର୍ବରୁ ରାମଚଣ୍ଡୀ ପିଠ ଯମୁନାବାହାଲ ମନ୍ଦିରରୁ ମଶାଲ ଯାତ୍ରା, ମଞ୍ଚ ବ୍ୟବସ୍ଥା, ନିମନ୍ତ୍ରଣ ପତ୍ରିକା, ଭୋଜନ ବ୍ଯବସ୍ଥା, ସ୍କରଣିକା ପ୍ରକାଶନ ଓ ଆର୍ଥିକ ବ୍ୟବସ୍ଥା ଉପରେ ଆଳୋଚନା ପର୍ଯ୍ୟାଲୋଚନା ହୋଇଥିଲା । ସଭାପତି ଶ୍ରୀ ପଧାନ ସଭାର ଗୁରୁତ୍ଵ ଆରୋପ କରି ବାରଙ୍ଗପଲିଆ କୁଳ ମହୋତ୍ସବର ସାଫଲ୍ୟ ନିମନ୍ତେ ଏକ ପରିଚାଳନା କମିଟି ଗଠନ ପାଇ ଉପସ୍ଥିତ ସଭ୍ୟଙ୍କୁ ଅନୁରୋଧ କରିଥିଲେ । ଏହି ସଭାରେ ସର୍ବସମ୍ମତି କ୍ରମେ ଗିରିଶ ଚନ୍ଦ୍ର ପଧାନ ସଭାପତି, କୃଷ୍ଣଚନ୍ଦ୍ର ପଧାନ ଉପସଭାପତି, ଆଦିତ୍ୟ କୁମାର ପଧାନ ସମ୍ପାଦକ, ଯୁଗ୍ମ ସମ୍ପାଦକ ଭାବରେ ରୋହିତ ପଧାନ ଓ କୋଷାଧ୍ୟକ୍ଷ ଭାବରେ ବୃନ୍ଦାବନ ପ୍ରଧାନଙ୍କୁ ମନୋନୀତ କରାଯାଇଛି । ସେହିପରି ଭାବେ ପରିଚାଲନା କମିଟୀର ସକ୍ରିୟ ସଭ୍ୟ ଭାବରେ ଲମ୍ବୋଦର ପଧାନ, ପ୍ରଦିପ କୁମାର ପଧାନ, ଶଙ୍କର ପଧାନ, ଟିକେଚନ ପଧାନ, ପଞ୍ଚାନନ ପଧାନ , ଗିରିଧାରି ପଧାନ, କୀର୍ତ୍ତନ ପଧାନ, ନୀଳାମ୍ବର ପଧାନ ପ୍ରମୁଖ ମନୋନୀତ ହୋଇଥିଲେ । ଆଜିର ଏହି ସଭାରେ କୈଳାଶ ଚନ୍ଦ୍ର ପଧାନ, ଠାକୁର ପଧାନ, ଟିକେଶ୍ଵର ପଧାନ, ଉପେନ୍ଦ୍ର ପଧାନ, କୃଷ୍ଣଚନ୍ଦ୍ର ପଧାନ, ଚକ୍ରଧର ପଧାନ, ମୋତିଲାଲ ପଧାନ, ମଦନ ପଧାନ, ଭବାନୀ ଶଙ୍କର ପଧାନ, ମହେନ୍ଦ୍ର ପଧାନ, ଚନ୍ଦ୍ରଶେଖର ପଧାନ, ଶଙ୍କର ଚନ୍ଦ୍ର ପଧାନ, ବୃନ୍ଦାବନ ପଧାନ, ଏକଲବ୍ୟ ପଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.