ଏନ୍ଏମ୍ଓପିଏସ୍ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ଗୋଲାମୁଣ୍ଡା/ ଜୟପାଟଣା (ସୁଶାନ୍ତ କୁମାର ଦଳେଇ/ ଧନେଶ୍ଵର ପୁଞ୍ଜି): ଗୋଲାମୁଣ୍ଡା ବ୍ଲକର ସମସ୍ତ ବର୍ଗରେ କାର୍ଯ୍ୟରତ ଏନଏମଓପିଏସ୍ କର୍ମଚାରୀ ସଂଘର ଏକ ବୈଠକ ସର୍ବ ମଙ୍ଗଳା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ‌।

Omkar Vasthu
Omkar Vasthu


ପୂର୍ଣ୍ଣଚନ୍ଦ୍ର ପୁଝାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା ଏନଏମଓପିଏସ ସଭାପତି ସାମନ୍ତ କୁମାର ପଟ୍ଟଯୋଷୀ, ଜିଲ୍ଲା ସମ୍ପାଦିକା ରାଜ କୁମାରୀ ନାଏକ, ଯୁବ ସଙ୍ଗଠକ ଲଲିତ କୁମାର ନାଏକ, ସ୍ବାସ୍ଥ୍ୟ ବିଭାଗର ତ୍ରିବେଣୀ ପାଣିଗ୍ରାହୀ, ଆରଡବ୍ଲୁଏସଏସ ବିଭାଗର ରିତା ରାଣି କିସାନ, ରାଜସ୍ୱ ବିଭାଗରୁ ମନୋଜ କୁମାର ଦୁର୍ଗା, ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଦାମ କୁମାର ନେଗୀ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଗୋଲାମୁଣ୍ଡାର ବିଶ୍ବଜିତ ନେଗୀ ପ୍ରମୁଖ ମଞ୍ଚାସିନ ଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏହି କାର୍ଯ୍ୟକ୍ରମ ଏନ୍ଏମ୍ଓପିଏସ୍ ସଙ୍ଗଠନ କାର୍ଯକାରିତା ସମ୍ପର୍କରେ ଆଲୋଚନା କରାଯାଇ ବ୍ଳକ ସ୍ତରୀୟ କର୍ମକର୍ତ୍ତା ମନୋନୀତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସର୍ବ ସମ୍ମତି କ୍ରମେ ନୂତନ ନାଏକଙ୍କୁ ଗୋଲାମୁଣ୍ଡା ବ୍ଲକର ସଭାପତି ରୂପେ ମନୋନୀତ କରାଯାଇଥିବା ବେଳେ ସୁଦାମ କୁମାର ନେଗୀଙ୍କୁ ସମ୍ପାଦକ, ଡମ୍ବରୁଧର ବାଗଙ୍କୁ କୋଷାଧ୍ୟକ୍ଷ ଏବଂ ଶ୍ରୀ ତପେଶ୍ବର ନାଏକଙ୍କୁ ମିଡିଆ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା । ବିଭିନ୍ନ ବିଭାଗରୁ ଆସିଥିବା କର୍ମକର୍ତ୍ତାଙ୍କୁ ବିଭିନ୍ନ ଗୁରୁଦାୟିତ୍ଵ ପ୍ରଦାନ କରାଯାଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.