ରାୟଗଡା ଜିଲ୍ଳାରେ ଅବକାରୀ ଚଢାଉ ହେଉଛି ଜୋରଦାର୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାରେ ଚୋରା ଗଂଜେଇ ଚାଲାଣ ରୋକିବାକୁ ଅବକାରୀ କମିଶନର ଆଶିଷ କୁମାର ସିଂ ଓ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ କଡା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗୁଡାରୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଘୁନାଥ ମୁଣ୍ଡା ଲୋହାର ଏବଂ ତାଙ୍କ ଅଧିନସ୍ଥ କର୍ମଚାରୀମାନେ ପଦ୍ମପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଚଢାଉ କରି ୪୪କେଜି ଗଂଜେଇ ସହ ଡେମା ଶବର ନାମକ ଜଣେ ଅଭିଯୁକକୁ ଗିରଫ କରିଛନ୍ତି । ଉକ୍ତ ଅଭିଯୁକ୍ତ ଡେମା ଗଜପତି ଜିଲ୍ଳାର ଅଡବା ଥାନା ଅନ୍ତର୍ଗତ ତଳ ଡାକରପଙ୍ଗା ଗ୍ରାମର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଅଧିକ୍ଷକ ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି । ତତ୍ ସଙ୍ଗେ ସଙ୍ଗେ ଚଳିତ ପାର୍ବଣ ଋତୁ ଆସର ପରିପ୍ରେକ୍ଷୀରେ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ଦିନର ଚଢାଉରେ ୯ଗୋଟି ମାମଲା ରୁଜୁ କରାଯାଇ ଘଟଣାରେ ସଂପୃକ୍ତ ୬ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

Omkar Vasthu
Omkar Vasthu


ଏହି ଚଢାଉ ବେଳେ ୪୪ କେଜି ଗଂଜେଇ ସହ ୪୧୦ ଲିଟର ଦେଶୀମଦ ଏବଂ ୪୪୩୦ ଲିଟର ପୋଚ ଜବତ କରାଯାଇ ନଷ୍ଟ କରାଯାଇଥିଲା । ଗିରଫ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବନ୍ଦକରଂଜା ଗ୍ରାମର ଦୟା କୈାଶଲ୍ୟା, ଶେଷଖାଲ ଥାନା ଅନ୍ତର୍ଗତ ମାଣ୍ଡାଙ୍ଗିଗୁଡା ଗ୍ରାମର ତାଡିଙ୍ଗି ବାଲାଜୀ, ମିରାବାଲି ଗ୍ରାମର ଆନନ୍ଦ ରତ୍ନାଲୁ ଅନ୍ତର୍ଭୁକ୍ତ । ପ୍ରକାଶ ଥାଉ କି, ଗତ ଅଗଷ୍ଟ ୧୮ତାରିଖରେ ଜବତ ହୋଇଥିବା ଗଂଜେଇ ସହ ୨ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଜିଲ୍ଳା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଦ୍ୱାରା ଉକ୍ତ ଗଂଜେଇ ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କେଶବ ପାଡାଲ ଓରଫ ମାଝିକୁ ରୂପକଣା ଛକ ଠାରେ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ଅଭିଯୁକ୍ତ ମାଝିର ଘର କୋରାପୁଟ ଜିଲ୍ଳା ମାଛକୁଣ୍ଡ ଥାନା ଅନ୍ତର୍ଗତ ଦାହାନପୁଟ ଗ୍ରାମର ବୋଲି ଜଣାପଡିଛି । ତେବେ ଉକ୍ତ ମାମଲାର ତଦନ୍ତ ଏବେ ବି ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହି ଘଟଣାରେ ସଂପୃକ୍ତ ଆଉ କିଛି ଅଭିଯୁକ୍ତଙ୍କୁ ମଧ୍ୟ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.