ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରୀରାମ ମହାବିଦ୍ୟାଳୟର କ୍ୟାମ୍ପସ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା / ସୋନପୁର (ସର୍ଜନ ପାଣ୍ଡେ): ପଣ୍ଡକିଟାଲ ଆରଏମସି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରୀରାମ ମହାବିଦ୍ୟାଳୟ କଲେଜ କ୍ୟାମ୍ପସ କମିଟି ଗଠନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ରାଜହଂସଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀରାମପୁର ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ବିଜୁ ଜନତା ଦଳର ଉପସଭାପତି ରମେଶ ପୂଜାରୀ, ସମ୍ମାନୀତ ଅତିଥି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଶାଶ୍ଵତ ମିଶ୍ର, ଜ଼ିଲ୍ଲା ଛାତ୍ର ବିଜେଡି ଉପସଭାପତି ଅଭିଷେକ ଶର୍ମା, ସୋନପୁର ପୌର ପାଳିକା ବିଜେଡି ଛାତ୍ର ସଭାପତି ଦେବାଶିଷ ପଟ୍ଟନାୟକ, ରାମପୁର ଜୋନ ଜ଼ିଲ୍ଲା ପରିଷଦ ସଦସ୍ୟ ଗଣେଶ ଭୋଇ, ରାମପୁର ସରପଞ୍ଚ ମନୋଜ ପୁରୋହିତ, ନାଇକେନପାଲି-ପଣ୍ଡକିଟାଲ ସରପଞ୍ଚ ଗୋବିନ୍ଦ ସେଠ୍, ବଡ଼କର୍ଲେ ସରପଞ୍ଚ ରୋହିତ ପଧାନ, ମାୟାବାର୍ହା ସରପଞ୍ଚ ପ୍ରତିନିଧି ରାଧାକାନ୍ତ ଯୁଆଡ଼ି ଏବଂ ଶ୍ରୀରାମ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥାଇ କ୍ୟାମ୍ପସ କମିଟି ବିଷୟରେ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.