ଶିଶୁ ସାହିତ୍ୟ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ଓଡ଼ିଶାର ବହୁ ପରିଚିତ ଓ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ତଥା ଗାଳ୍ପିକ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଓ ସାରଗର୍ଭକ ଆଲୋଚନା ଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ବିନୋଦିନୀ ଦାଶ ଓମକାର ଧ୍ବନି, ଉପ ସଭାପତି ସ୍ନେହ ମିଶ୍ର ସଭାପତି ବକ୍ତବ୍ୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସମ୍ପାଦିକା ପ୍ରଣତି ମହାପାତ୍ର ଆମନ୍ତ୍ରିତ ଅତିଥି କାଳୀପଦ ପଣ୍ଡାଙ୍କର ପରିଚୟ ସହ ଉପସ୍ଥିତ କବି, ସାହିତ୍ୟିକ ତଥା ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଉପସ୍ଥାପକ ତଥା ଯୁବକବି ହୃଦୟ ରଞ୍ଜନ ପରିଡ଼ା ଦୀର୍ଘ ୨ ଘଣ୍ଟାର ଆଲୋଚନା ଚକ୍ର ଓ ଆସରକୁ ପରିଚାଳନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ କାଳୀପଦ ପଣ୍ଡା ଶିଶୁ ସାହିତ୍ୟ ରଚନା, ଶବ୍ଦ ସଂଯୋଜନା ଓ ବିଷୟ ଚୟନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ଗଳ୍ପ ଆସରର ୧୨ ଗଳ୍ପର ସମୀକ୍ଷା ସହ ଗଠନମୂଳକ ତଥା ସମୀକ୍ଷାତ୍ମକ ମତାମତ ରଖିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ୧୨ ଟି ଗଳ୍ପପାଠ ହୋଇଥିଲା । ଭାଷାର ବିକାଶ ହୋଇଛି ଏବଂ ବର୍ତ୍ତମାନ ଉନ୍ନତମାନର ସାହିତ୍ୟ ମଧ୍ୟ ସୃଷ୍ଟି ହେଉଛି ଉପସ୍ଥିତ ବରିଷ୍ଠ ସୁସାହିତ୍ୟିକ ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ବିଶ୍ବେଶ୍ବର ମାଝୀ ଧନ୍ୟବାଦ ଓ ସ୍ନେହ ମିଶ୍ର ଶାନ୍ତିପାଠ କରି ସଭାସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.