ନେହେରୁ କପ୍ ହକି: କଳାହାଣ୍ଡି ଜିଲ୍ଲାକୁ ପ୍ରତିନିଧତ୍ଵ କରୁଛି ଧର୍ମଗଡ ହାଇସ୍କୁଲ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍ ନେହେରୁ କପ୍ ହକି ପ୍ରତଯୋଗୀତା । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ସର୍ବମୋଟ ୩୧ ଗୋଟି ଦଳ ଭାଗ ନେଇଛନ୍ତି । କଳାହାଣ୍ଡି ଜିଲ୍ଲା ତରଫରୁ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧୬ ଜଣ ଖେଳାଳୀ ଚୟନୀତ ହୋଇ ନେହେରୁ କପ୍ ହକିରେ ଭାଗ ନେଇଛନ୍ତି । ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ସନ୍ତୋଷ କୁମାର ପାଣଗ୍ରାହୀଙ୍କ ତତ୍ତ୍ୱାବଧାନରେ ଖେଳାଳୀ ମାନେ ଭୁବନେଶ୍ୱରରେ ପହଞ୍ଚି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନ ଜନକ ନେହେରୁ କପ୍ ରେ କଳାହାଣ୍ଡି ଜିଲ୍ଲାକୁ ଧର୍ମଗଡ ହାଇସ୍କୁଲର ହକି ଖେଳାଳୀ ମାନେ ପ୍ରତିନିଧତ୍ଵ କରୁଥିବାରୁ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି। ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା, ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ମାଧବ ଲହଜଲ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ ମୁଣ୍ଡ ଓ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ଅଞ୍ଚଳର କ୍ରୀଡାବିତ୍ ମାନେ ଏହି ଖେଳାଳି ଛାତ୍ର ମାନଙ୍କୁ ଶୁଭେଛା ଜଣାଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.