ବ୍ରାହ୍ମଣୀଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ପ୍ରତିଷ୍ଠା ଦିବସ ସମାରୋହ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ବ୍ରାହ୍ମଣୀଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ୬୨ତମ ପ୍ରତିଷ୍ଠା ଦିବସ ସମାରୋହ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଛି । ବିଦ୍ଯାଳୟର ପ୍ରଧାନଶିକ୍ଷକ କୁମୁଦବନ୍ଧୁ ଯୋଷୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ବିଇଓ ଚୈତନ୍ଯ ପ୍ରସାଦ ହୋତା, ସମ୍ମାନିତ ଅତିଥି ଭାବରେ ସୁବ୍ରତ କୁମାର ଠାକୁର, ନୃପରାଜ ରଣା, ସଦା ନାଏକ, ଅମୃତ ମାଝୀ, ମକରଧ୍ୱଜ ମାଝୀ, ଅନୁପସିଂହ ବଂଜରା, ସିଆରସିସି ଖଗେଶ୍ୱର ନିଆଲ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଶିକ୍ଷକ ଆଶୀଷ କୁମାର ଅଗସ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କମଳାକାନ୍ତ ନାଏକ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ଯାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ବିଦ୍ଯାଳୟ ଏବଂ ଅଂଚଳ ପ୍ରତି ବିଶେଷ ଅବଦାନ ଥିବା ଅମୃତ ମାଝୀ, ସଦା ନାଏକ, ମକରଧ୍ୱଜ ମାଝୀ, କୁମୁଦବନ୍ଧୁ ଯୋଷୀ, ପୀତବାସ ମାଝୀ, ଖଗେଶ୍ୱର ନିଆଲଙ୍କୁ ଅତିଥିମାନେ ସମ୍ୱର୍ଦ୍ଧିତ କରିଥିଲେ । ଏହି ଅବସରରେ ପରିବେଶିତ ସାଂସ୍କୃତିକ କାର୍ଯ୍ଯକ୍ରମକୁ ଧର୍ମୁ ନାଏକ, ପର୍ଶୁରାମ ମାଝୀ, ଅନୁପସିଂହ ବଂଜରା, ଅଂଜନା ନିଆଲ ପରିଚାଳନା କରିଥିଲେ । କାର୍ଯ୍ଯକ୍ରମ ସଫଳତରେ ବିଦ୍ଯାଳୟ ପରିଚାଳନା କମିଟିର ସଦସ୍ଯସଦସ୍ଯା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଶେଷରେ ଅଜୟ କୁମାର ରଣା ଧନ୍ଯବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.