କେସିଙ୍ଗା ସିଏଚସିର ଆରକେଏସ ପରିଚାଳନା କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି (ଆରକେଏସ)ର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁଭାଷ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ ଭବାନୀପାଟଣା ସଦର ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା, ଆରକେଏସ ସଦସ୍ୟ ସରିତା ସିନ୍ଦୁର, ପ୍ରଶାନ୍ତ ବାନାର୍ଜୀ, ସୁଶାନ୍ତ ମହାପାତ୍ର, ଡାକ୍ତର ସତିଶ ପାଣିଗ୍ରାହୀ, ଡାକ୍ତର କୁଞ୍ଜବିହାରୀ ସାହୁ, ସିଲୁ ବାରିକ, ଆକାଉଣ୍ଟ ମେନେଜର ବିଶ୍ବଭୂଷଣ ପ୍ରଧାନୀ ଉପସ୍ଥିତ ରହିଥିଲେ । କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନୁତନ ଭାବେ ଆସିଥିବା ଡିଜିଟାଲ ଏସ୍କରାଏ ମେସିନ୍ ଓ ଅନ୍ୟାନ୍ୟ ସରଞ୍ଜାମ କିପରି କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଶେଷରେ ଫାର୍ମାସିଷ୍ଟ ଗୋପାଳ କ୍ରିଷ୍ଣା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.