ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ଉତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସବରେଜିଷ୍ଟାର କ୍ଷୀରୋଦ ବିହାରୀ ଭରତ ଚନ୍ଦ୍ର ନାଗ, ସମ୍ମାନିତ ଅତିଥି ଭାବରେ ଡ. ବିକାଶ ପ୍ରହରାଜ,

ମୁଖ୍ୟବକ୍ତା ଭାବରେ ବାଣିଜ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ହଳଧର ସାହୁ ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ଅଧ୍ୟକ୍ଷା ସୁଶ୍ରୀ ସଂଗୀତା ପଣ୍ଡା, କଳାହାଣ୍ଡି ଜିଲ୍ଲା ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ବିଶି, ପ୍ରଗତି ଗ୍ରୁପ ଅଫ ସ୍କୁଲର ମୁଖ୍ୟ ବିଶ୍ୱଜିତ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ସର୍ବଭାରତୀୟ ନିଟ୍ ଓ ଜେଇଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧନା କରାଯିବା ସହିତ ଅଭିଭାବକ ଅଭିଭାବିକାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଦ୍ୟାସାଗର ମୁଣ୍ଡ ଓ ଅଧ୍ୟାପିକା ତେଜେନ୍ଦର କୌର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅଶୋକ କୁମାର ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।






