ରୁପ୍ରାରୋଡରେ ଅଗ୍ରସେନ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ଅଖିଳ ଭାରତୀୟ ମାରୱାଡି ସମ୍ମେଳନ, ମାରୱାଡି ଯୁବା ମଞ୍ଚ ଓ ମାରୱାଡି ମହିଳା ସମିତି ଆନୁକୁଲ୍ୟରେ ରୁପ୍ରାରୋଡ ଠାରେ ଅଗ୍ରସେନ ଜୟନ୍ତୀ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ଏନେଇ ଭବ୍ୟ ଆୟୋଜନ କରାଯାଇଥିଲା ‌। ପ୍ରାରମ୍ଭରେ ଅଗ୍ରସେନ ମହାରାଜଙ୍କ ପ୍ରତିଛବିକୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରାଯାଇଥିଲା । ମାରୱାଡି ଯୁବା ମଞ୍ଚ ରୁପ୍ରାରୋଡ ଶାଖା ସଭାପତି ଗଣେଶ ରାମ ଖେତାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ଅଧକ୍ଷ୍ୟ ଡ଼ଃ ଗୋବିନ୍ଦ ରାମ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଉପ ସଭାପତି ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ, ରାଉରକେଲା ଜୋନ ପୱନ ସୁଲତାନୀଆ, ସମ୍ମାନିତ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ସମେତ ମାରୱାଡି ମହିଳା ସମିତି ଅଧକ୍ଷ୍ୟା ସସ୍ମିତା ଅଗ୍ରୱାଲ, ସମ୍ମେଳନ ସଭାପତି ରାଧେଶ୍ୟାମ ଖେତାନ, ଜୋନାଲ ଉପ ସଭାପତି କଳାହାଣ୍ଡି ସୁବାଷ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ମାରଓ୍ବାଡି ଯୁବା ମଞ୍ଚ ରୁପ୍ରାରୋଡ ସଭାପତି ଗଣେଶ ରାମ ଖେତାନ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ନେହା ଜୈନ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ସମ୍ପାଦକ ରିନେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.