ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲମେଟ ପରିଧାନକୁ ବାଧ୍ୟତା ମୂଳକ କରିଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ମଧ୍ୟ କଡାକଡି ଭାବରେ ହେଲମେଟ ଚେକିଂ କରୁଥିବା ଦେଖିବାକୁ ମିଳିଛି । ନର୍ଲା ପୋଲିସ ପକ୍ଷରୁ ସୋମବାର ସକାଳ ୭ ଘଣ୍ଟା ରୁ ୧୧ଟା ପର୍ଯ୍ୟନ୍ତ ପୋଲିସ ଷ୍ଟେସନ ସମ୍ମୁଖରେ ହେଲମେଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏସଆଇ ଦେବରାଜ ମାଝୀ, ଏଏସଆଇ ଆରଏନ ନିଶିକାଙ୍କ ସମେତ ନର୍ଲା ପୋଲିସ ଷ୍ଟାଫ ହେଲମେଟ ପରିଧାନ ସଚେତନତା ବିଷୟରେ ଲିଖିତ ପ୍ଲା-କାର୍ଡ଼ ଗୁଡିକ ହାତରେ ଧରି ହେଲମେଟ ପିନ୍ଧି ନଥିବା ବାଇକ ଚାଳକ ମାନଙ୍କୁ ରାସ୍ତାରେ ଅଟକାଇ ହେଲମେଟ ପରିଧାନ କରନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ଜନସଚେତନତା ସୃଷ୍ଟି କରିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଗାଡେବନ୍ଧ ସରପଞ୍ଚ କବିତା ବାଗ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ ପ୍ରମୁଖ ସାମିଲ ହୋଇ ଜନସଚେତନତା ସୃଷ୍ଟି କରିଥିଲେ ।
ପ୍ରତି ସୋମବାର ପୂର୍ବାହ୍ନରେ ନର୍ଲା ଥାନା ସମ୍ମୁଖରେ ହେଲମେଟ ପରିଧାନକୁ ନେଇ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଅନ୍ୟ ସମୟରେ ନିୟମିତ ଭାବରେ ନର୍ଲା ଅଂଚଳର ବିଭିନ୍ନ ସ୍ଥାନରେ କଡାକଡି ହେଲମେଟ ଚେକିଂ ହୋଇ ଜୋରିମାନା ଅସୁଲି କରାଯିବ । ଏହା ବର୍ଷ ସାରା ଚାଲିବ । ଏଣୁ ବାଇକ ଚାଳକ ମାନେ ଏଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ନର୍ଲା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି ।