ଅନିୟମିତତା ନେଇ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଗ୍ରାମବାସୀଙ୍କ ଅଭିଯୋଗ: ଅନ୍ୟତ୍ର ବଦଳି ହେଲେ ପ୍ରଧାନଶିକ୍ଷକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତ ସ୍ଥିତ ଗୁମାପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗପତି ସାହୁଙ୍କ ବିରୋଧରେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ୨୦୦୯ ମସିହା ଠାରୁ ଗୁମାପଦର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ପ୍ରଧାନ ଶିକ୍ଷକ ଖଗପତି ସାହୁ । ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନ, ମଧ୍ୟାନ୍ନ ଭୋଜନ, ସ୍କୁଲ ପୋଷାକ ବିତରଣ ଆଦିରେ ବ୍ୟାବକ ଅନିୟମିତତା, ସ୍କୁଲ ଭିତରେ ଥିବା ତିନୋଟି ସାଗୁଆନ ଗଛକୁ କାଟି ନିଜ ଘରକୁ ନେଇଥିବା, ପୋଷାକ ବଣ୍ଟନ ସମୟ ତଥା ଅନ୍ୟାନ୍ୟ ସମୟରେ ବିଦ୍ୟାଳୟ ପରିଚାଳନା କମିଟିକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ ।

ବ୍ଲକ ଶିକ୍ଷା ଅଧିକାରୀ ଅଭିଯୋଗ ପାଇବାର ୧୫ ଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବାରୁ ଗୁରୁବାର ଦିନ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଲିଲି ପୁଟେଲ, ସଦସ୍ୟ ପୁରୁନ୍ଦର ହାତୀ, କୃଷ୍ଣଚନ୍ଦ୍ର ହାତୀ, ଚନ୍ଦ୍ରଧ୍ବଜ ନାଏକ, ଲମ୍ଭୁଧର ପୁଝାରୀ, ହୀରାଧର ହାତୀ, ହେମନ୍ତ ହାତୀ, ପିତାମ୍ବର ପୁଟେଲ ପ୍ରମୁଖ ଏକତ୍ର ହୋଇ ବିଦ୍ୟାଳୟରେ ତାଲା ମାରି ଆନ୍ଦୋଳନ ସହ ପ୍ରଧାନଶିକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି ରଖିଥିଲେ । ଶିକ୍ଷା ବିଭାଗ ଶ୍ରୀ ସାହୁଙ୍କୁ ଶଙ୍କରମାଲ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଛନ୍ତି । ଏନେଇ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ ଏହି ଶ୍ରୀ ସାହୁଙ୍କ ଉପରେ ଅଭିଯୋଗ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.