ଓଲଟପୁରରେ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଆନେକ୍ସ ବିଲ୍ଡିଂର ଲୋକାର୍ପଣ ସମାରୋହ

ଓଡ଼ିଆ ବାର୍ତ୍ତା/ ଓଲଟପୁର (ସନ୍ତୋଷ କୁମାର ବାଗ): କଟକ ଜିଲ୍ଲା ଓଲଟପୁର ଠାରେ ଏସଭି ନିରତାରର ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟ କୋଠା ଲୋକାର୍ପିତ ହୋଇଯାଇଛି । ଏନେଇ ଆୟୋଜିତ ସମାରୋହରେ ଅତିଥି ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଡ଼. ବିରେନ୍ଦ୍ର କୁମାର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ନୂତନ କୋଠାର ଶୁଭ ଉଦଘାଟନ କରିଥିଲେ ।

ଏହି ଅବସରରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ପ୍ରଦାନ କରାଯିବା ସହ ଏସଭି ନିରତାର ପରିସରରେ ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଏସଭି ନିରତାର ନିରନ୍ତର ଭାବେ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା ପ୍ରଦାନ କରି ଆସୁଛି । ବର୍ତ୍ତମାନ ଏହି ଚିକିତ୍ସାଳୟ କୋଠାର ଲୋକାର୍ପଣ ଏବଂ ସ୍ବାମୀ ବିବେକାନନ୍ଦଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ସହ ଏସଭି ନିରତାରରେ ଆଉ ଏକ ନୂତନ ପୃଷ୍ଠା ଯୋଡି ହୋଇଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.