ବିଶ୍ବନାଥପୁରଠାରେ ବ୍ଲକସ୍ତରୀୟ ମିଶନ ଶକ୍ତି ଋଣ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ବ୍ଲକସ୍ତରୀୟ ମିଶନ ଶକ୍ତି ମେଗା ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ, ଓଡ଼ିଶା ଜୀବିକା ମିଶନ, ମିଶନଶକ୍ତି ଓ ବ୍ୟାଙ୍କ ଶାଖା ସମୁହର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଋଣମେଳାରେ ବ୍ଲକର ୨୦୯ଟି ମହିଳା ଗୋଷ୍ଠୀକୁ ରେକର୍ଡ ପରିମାଣର ୪ କୋଟି ୬୮ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା । ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ମେଳାରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ସିଡିପିଓ ବିଜୟଶ୍ରୀ ସିଂହଦେଓ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଲାଞ୍ଜିଗଡ଼ର ଶାଖା ପରିଚାଳକ ଫ୍ରାଙ୍କଲିନ୍ ମିଞ୍ଜ, ବେନଗାଁ ଏସବିଆଇ ଶାଖା ପରିଚାଳକ ଅନୁପ ସୋରେନ୍, ମୁଷାନାଳ ଏସବିଆଇ ଶାଖା ପରିଚାଳକ ଶଙ୍ଖଚରଣ ବେଶ୍ରା, ବିଶ୍ବନାଥପୁର ଏସବିଆଇ ଶାଖା ପରିଚାଳକ ଅନୀଲ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡ଼ିଶା ଜୀବିକା ମିଶନର ବିପିଏମ୍ ସଞ୍ଜୀବ କୁମାର କହଁର ଓ ମିଶନଶକ୍ତିର ବିପିସି ଜାଭେଦ ଇକୱାଲ ଖାନ୍ ସଭା ପରିଚାଳନା କରିଥିବାବେଳେ ମିଶନଶକ୍ତିର ବିପିଏ ଯୋଗେଶ୍ବର ସାଗର, ଓରମାସର ଏସଡିସି ଅୟସକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ବେନଗାଁ ଏସବିଆଇ ଶାଖା ତରଫରୁ ୧୩୨ଟି ମହିଳା ଗୋଷ୍ଠୀଙ୍କୁ ସର୍ବାଧିକ ୨ କୋଟି ୬୪ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିବାବେଳେ ବିଶ୍ବନାଥପୁର ଏସବିଆଇ ଶାଖା ତରଫରୁ ୩୫ଟି ମହିଳା ଗୋଷ୍ଠୀଙ୍କୁ ୧ କୋଟି ୫ ଲକ୍ଷ ଟଙ୍କା, ମୁଷାନାଳ ଏସବିଆଇ ଶାଖା ତରଫରୁ ୨୬ ମହିଳା ଗୋଷ୍ଠୀଙ୍କୁ ୬୫ ଲକ୍ଷ ଟଙ୍କା, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଲାଞ୍ଜିଗଡ଼ ଶାଖା ତରଫରୁ ୮ ମହିଳା ଗୋଷ୍ଠୀଙ୍କୁ ୨୪ ଲକ୍ଷ ଟଙ୍କା, ୟୁଜିବି ଲାଞ୍ଜିଗଡ଼ରୋଡ଼ ଶାଖା ତରଫରୁ ୫ ଟି ଗୋଷ୍ଠୀକୁ ୭ ଲକ୍ଷ ଟଙ୍କା, ଭବାନୀପାଟଣା ସିଣ୍ଡିକେଟ୍ ବ୍ୟାଙ୍କ ଶାଖା ତରଫରୁ ୩ଟି ମହିଳା ଗୋଷ୍ଠୀଙ୍କୁ ୩ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳର ଏମବିକେ, ବ୍ୟାଙ୍କ ମିତ୍ରଙ୍କ ସମେତ ମିଶନ ଶକ୍ତିର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.