ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ ବୃଦ୍ଧ ବୃଦ୍ଧା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ସେମାନେ ଆମ ପାଈଁ କେତେ ଜରୁରୀ ସେ ବିଷୟରେ ଯୁବକ ଯୁବତୀ ମାନଙ୍କୁ ସଚେତନ କରାଯାଇଥିଲା । ଭବାନୀପାଟଣା ବ୍ଲକ ତିଳଯୋଡି ଗାଁରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଗଙ୍ଗାଧର ଯୁବକ ସଙ୍ଘର ଜୟଶ୍ରୀ ଦାସ, ସ୍ୱତନ୍ତ୍ର ଅତିଥି ଭାବେ ପ୍ରମେୟ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସନ୍ତୋଷ ସିଂ ଦେଓ ଓ ପୂର୍ବତନ ବିଜ୍ଞାନ ଶିକ୍ଷକ ଦେବାନନ୍ଦ ବାଗ ପ୍ରମୁଖ ଉପସ୍ଥିତି ରହି ଏହି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବର୍ତମାନର ଯୁବ ପିଢ଼ି ନିଜର ବୃଦ୍ଧ ପିତା ମାତାଙ୍କୁ ବିଭିନ୍ନ ବୃଦ୍ଧାଶ୍ରମରେ ଛାଡ଼ୁଛନ୍ତି । ସେମାନେ ଆମ ପାଇଁ ସବୁ ସମୟରେ ଜରୁରୀ । ତାଙ୍କୁ ଆମେ କୌଣସି ମତେ ହରେଇବା କଥା ନୁହଁ । ସେମାନଙ୍କୁ ଆମେ ସର୍ବଦା ଆମ ପାଖରେ ରଖିବା କଥା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଆମେ ସମସ୍ତ ଯୁବପିଢ଼ି ଯଦି ଏବେଠାରୁ ସଚେତନ ନ ହେବା ତେବେ ଆଗକୁ ପରିସ୍ଥିତି ଆହୁରି ଭୟନକ ହେବ ବୋଲି ମଧ୍ୟ ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୫୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଉପସ୍ଥିତ ରହିଥିଲେ । ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ବେଛାସେବୀ ଯଶୋବନ୍ତ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଶମ୍ଭୁ ବିଶି ଧନ୍ୟବାଦ ଦେଇଥିଲେ । ଜାତୀୟ ସ୍ବେଛାସେବୀ ଅଭିଷେକ ବେହେରା, ୟଙ୍ଗ ଷ୍ଟାର କ୍ଲବ ତିଳଯୋଡିର ଧ୍ରୁବ ନାଏକ, ଗୋକୁଳ ସାହୁ, ବିରନ୍ତ ନାଏକ, ମହେନ୍ଦ୍ର ନାଏକ, ଭାଗିରଥି ମାଝୀ, ହରିଶ ବେମାଲ, କିଶୋର ନାଏକ, ରଶ୍ମିତା ନିଆଳ, କରାଟିକଲି ଆଶା ଦ୍ରୋପଦୀ ସୁନାନୀ , ତିଳଯୋଡି ଆଶା ପ୍ରମିଳା ଶବର, ଗଣ୍ଡବାରାଝୋଲା ଆଶା କର୍ମୀ ପୁଷ୍ପାଞ୍ଜଳି ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.