ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ଅବସରରେ ମେଗା ସ୍ୱାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, କଳାହାଣ୍ଡି ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ସମାରୋହ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଶିବିରର ଶୁଭାରମ୍ଭ କରିଥିଲେ । ନେହେରୁ ସେବା ସଙ୍ଘର ସମ୍ପାଦିକା ସୁଲୋଚନା ଦାସ, ବରିଷ୍ଟ ନାଗରିକ ସଙ୍ଘର ସଭାପତି ଗଜେନ୍ଦ୍ର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପସ୍ଥିତ ରହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ଭବାନୀପାଟଣା ସହର ତଥା ଆଖପାଖ ଅଞ୍ଚଳର ପ୍ରାୟ ୪୦୦ ବରିଷ୍ଠ ନାଗରିକ ଉପସ୍ଥିତ ରହି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରେଇଥିଲେ । ବରିଷ୍ଟ ନାଗରିକ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଔଷଧ ମଧ୍ୟ ବିନା ମୂଲ୍ୟରେ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯ୍ୟଧନ ବିଶି, ବିଏସଏସଓ ସସ୍ମିତା ହୋତା, ଡ଼ିଏସଏସଓ ଅଫିସରେ କାର୍ଯ୍ୟରତ ଧନମଣି ନାଏକ, ଅରୁଣ ମହାପାତ୍ର, ସତ୍ୟବାନ ନାଏକ ପ୍ରମୁଖ ଅଧିକାରୀ ଶିବିରରେ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.