ତୃତୀୟ ପର୍ଯ୍ୟାୟ ଏଫଏମ ରେଡିଓ ନୀତି ମାର୍ଗଦର୍ଶିକାରେ ସଂଶୋଧନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଘରୋଇ ସଂସ୍ଥା ଜରିଆରେ ଏଫଏମ ରେଡିଓ ପ୍ରସାରଣ ସେବାର ସମ୍ପ୍ରସାରଣ (ତୃତୀୟ ପର୍ଯ୍ୟାୟ) ଉପରେ ଆଧାରିତ ନୀତିଗତ ମାର୍ଗଦର୍ଶିକାରେ ଥିବା କେତେକ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି । ଏହାକୁ ଘରୋଇ ଏଫଏମ ପର୍ଯ୍ୟାୟ- ୩ ନୀତିଗତ ମାର୍ଗଦର୍ଶିକା ଭାବେ ମାନ୍ୟତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Omkar Vasthu
Omkar Vasthu

ଏ ଦିଗରେ, ୧୫ ବର୍ଷର ଅବଧି ପାଇଁ ଲାଇସେନ୍ସ ପାଇଥିବା ଗୋଟିଏ ପରିଚାଳନା ସଂସ୍ଥା ମଧ୍ୟରେ ଏଫଏମ ରେଡିଓ ଷ୍ଟେସନ ପୁନଃନିର୍ମାଣ ଅନୁମତି ପାଇବା ଲାଗି ୩ ବର୍ଷର ୱିଣ୍ଡୋ ଅବଧିକୁ ଉଚ୍ଛେଦ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଚାନେଲ ହୋଲ୍ଡିଂ ଉପରେ ୧୫% ନେସନାଲ କ୍ୟାପ୍‌ ଉଚ୍ଛେଦ ପାଇଁ ରେଡିଓ ଉଦ୍ୟୋଗ ପକ୍ଷରୁ କରାଯାଇ ଆସୁଥିବା ଦୀର୍ଘ ଦିନର ଦାବିକୁ ମଧ୍ୟ ସରକାର ଗ୍ରହଣ କରି ନେଇଛନ୍ତି । ଆହୁରି ଏଫଏମ ରେଡିଓ ନୀତିରେ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀକୁ ସରଳ କରାଯାଇଛି । ଫଳରେ ଏଣିକି ମାତ୍ର ୧ କୋଟି ଟଙ୍କାର ମୋଟ୍‌ କାରବାର କ୍ଷମତା ଥିବା କମ୍ପାନୀ ‘ସି’ ଏବଂ ‘ଡି’ ବର୍ଗର ସହର ପାଇଁ ନିଲାମୀ ବା ବିଡିଂରେ ଅଂଶଗ୍ରହଣ କରିପାରିବେ । ପୂର୍ବରୁ ଏହି ଆର୍ଥିକ କ୍ଷମତା ଦେଢ଼ କୋଟି ଟଙ୍କା ଥିଲା।

Pearl dental clinic
Near Ashish Medical Store, Bhawanipatna

ଏହି ତିନୋଟି ସଂଶୋଧନ ଘରୋଇ ଏଫଏମ ରେଡିଓ ଉଦ୍ୟୋଗକୁ ସମ୍ପୂର୍ଣ୍ଣ ଆର୍ଥିକ ବିକାଶର ଲାଭ ପ୍ରଦାନ କରିବା ସହିତ ଦେଶର ଟିୟର- ୩ ସହରରେ ଏଫଏମ ରେଡିଓ ଏବଂ ମନୋରଞ୍ଜନ ଷ୍ଟେସନର ଅଧିକ ସମ୍ପ୍ରସାରଣ ପାଇଁ ମାର୍ଗ ପ୍ରଶସ୍ତ କରିବ । ସରକାରଙ୍କ ଏହି ନିଷ୍ପତ୍ତି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଫ୍ରି ଟୁ ଏୟାର (ଏଫଟିଏ) ରେଡିଓ ମିଡିଆ ସ୍ଥାନରେ ସଙ୍ଗୀତ ଓ ମନୋରଞ୍ଜନ ସେବାକୁ ଦେଶର ଉପାନ୍ତ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କ ପହଞ୍ଚାଇବାରେ ସହାୟକ ହେବ ।

Udyog Nursery
Udyogi Nursery

ଦେଶରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ଲାଗି ସରକାର ବର୍ତ୍ତମାନର ନିୟମକୁ ଅଧିକ ସରଳ ଏବଂ ଯୁକ୍ତିସଙ୍ଗତ କରୁଛନ୍ତି । ଏହାଦ୍ବାରା ପ୍ରଶାସନ ଅଧିକ ଦକ୍ଷ ଓ ପ୍ରଭାବୀ ହେବା ସହ ସାଧାରଣ ଲୋକଙ୍କୁ ଲାଭ ମିଳିପାରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.