ଓଡ଼ିଆ ବାର୍ତ୍ତା/ ପଦ୍ମପୁର: ପଦ୍ମପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ଶାଖା ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ପ୍ରାଧ୍ୟାପକ ଦଧିବାମନ ଦାଶ, ପ୍ରାଧ୍ୟାପକ ଡ଼. ବିରଞ୍ଚି ସାହୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ପଶ୍ଚିମ ଓଡ଼ିଶା ଜଣେ ଆଦର୍ଶ, ଜନପ୍ରିୟ, ବର୍ଷୀୟାନ ନେତା ତଥା ଶିକ୍ଷାବିତ୍ ଙ୍କୁ ହରାଇଲା ଓ ବରଗଡ ଜିଲ୍ଲାର ଅପୂରଣୀୟ କ୍ଷତି ହୋଇଛି ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।