ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର:  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଟିକେଟର ଦର ଶହେରୁ ୨ ଶହ ଟଙ୍କା ରହିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପାଇଁ ଷ୍ଟାଡିୟମର ୪ ନମ୍ବର ଗେଟରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଅଫଲାଇନ୍ ସହ ଆପଣ ଅନଲାଇନରେ ମଧ୍ୟ ଟିକେଟ୍ କିଣି ପାରିବେ । ଅନଲାଇନରେ ଟିକେଟ୍ କିଣିବା ପାଇଁ fifa.com/tickets. ରେ କ୍ଲିକ୍ କରି ପାରିବେ । ୨ ବର୍ଷରୁ କମ ଛୁଆଙ୍କ ଷ୍ଟାଡିୟମ୍ ପ୍ରବେଶ ପାଇଁ ଟିକେଟ୍ ଆବଶ୍ୟକତା ନଥିବା ବେଳେ ୧୮ ବର୍ଷରୁ କମ୍ ବୟସ୍କ ଅଭିଭାବକଙ୍କ ସହ ଷ୍ଟାଡିୟମକୁ ଯାଇ ପାରିବେ । ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲ୍ ଚେୟାର୍ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରରେ ୨ଟି ମ୍ୟାଚ୍ ରହିଛି । ଯେଉଁଥିରେ ଘରୋଇ ଭାରତ ଆମେରିକାକୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚରେ ମର୍କୋକୁ ଭେଟିବ ବ୍ରାଜିଲ୍ । ସେହିଭଳି ୧୪ ତାରିଖରେ ବ୍ରାଜିଲ୍ ଓ ଆମେରିକା ଏବଂ ଭାରତ ଓ ମର୍କୋ ମଧ୍ୟରେ ମ୍ୟାଚ୍ ଖେଳାଯିବ । ୧୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ନାଇଜେରିଆ ଓ ଚିଲେ ଏବଂ ବ୍ରାଜିଲ୍ ଓ ଭାରତ ମଧ୍ୟରେ ମ୍ୟାଚ୍ ଖେଳାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.