ପଞ୍ଚାୟତ ନିର୍ବାଚନରେ OBC ଙ୍କ ଲାଗି ସଂରକ୍ଷଣ ବେଆଇନ -ହାଇକୋର୍ଟ

ଓଡ଼ିଆ ବାର୍ତ୍ତା/ ପାଟନା: ବିହାରରେ ପଛୁଆ ବର୍ଗ(ଓବିସି)ଙ୍କ ଲାଗି ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି ପାଟନା ହାଇକୋର୍ଟ । ପଞ୍ଚାୟତ ନିର୍ବାଚନ ନିମନ୍ତେ ଓବିସିଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ କହିଛନ୍ତି ହାଇକୋର୍ଟ । ପଞ୍ଚାୟତ ନିର୍ବାଚନ ଲାଗି ବିହାର ସରକାର ଓବିସି ଏବଂ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲେ । ଉଭୟ ବ୍ୟବସ୍ଥାକୁ ଖାରଜ କରିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କାରଲୋ ଏବଂ ଜଷ୍ଟିସ ଏସ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ କୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ କରିଛନ୍ତି । ଏବେ ପଞ୍ଜାୟତ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ କହିଛନ୍ତି ହାଇକୋର୍ଟ । ଏହି ନିର୍ଦ୍ଦେଶକୁ ତତକ୍ଷଣାତ କାର୍ଯ୍ୟ କରି ପୁନଃ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବାକୁ କହିଛନ୍ତି । ଏଥିସହ ଓବିସିମାନଙ୍କୁ ଜେନେରାଲ ଶ୍ରେଣୀରେ ସାମିଲ କରିବା ପାଇଁ କହିଛନ୍ତି । ଦଶହରା ଉପଲକ୍ଷେ ଛୁଟି ସତ୍ତ୍ୱେ କୋର୍ଟଙ୍କ ପକ୍ଷରୁ ଏହି ଅର୍ଡ଼ର ଆସିଛି । ବିହାରରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୧୦ରେ ରହିଛି । ଅର୍ଥାତ ହାତରେ ଆଉ ମାତ୍ର ସପ୍ତାହେରୁ କମ ସମୟ ରହିଛି । ପୂର୍ବରୁ ମାମାଲା ଶୁଣାଣି ହୋଇ ସେପ୍ଟେମ୍ବର ୨୯ରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.