କବିତା: ମା !

✍🏼ସତ୍ୟନାରାୟଣ ଗନ୍ତାୟତ

ମା !
ତୁମ କଥା
କହି ପାରିବିନି
ତୁମେ ପରା ମା !!

ମୁଁ କିନ୍ତୁ ଏଠି
ବନି ଚାଲିଚି
ଫି ମୂହୁର୍ତ୍ତରେ ପାଷାଣ
ଜାଣେ, ତୁମେ ବି
ମୂହୁର୍ମୁହୁ ବିଦୀର୍ଣ୍ଣ
ଏ ବିବର୍ତ୍ତିତ ବସୁଧାରେ !
ଅଥଚ ସର୍ବଂସହା ସତତ
ତୁମ ଭିତରେ ସାଇତା ମା’
ଅହର୍ନିଶ ସନ୍ତୁଳି ହେଉଥିଲେ ବି
ରହିଥାଏ ପ୍ରତିମା ଭିତରେ
ମା ରୂପେ
କମନୀୟା ହୋଇ କରୁଣାରେ !

ପାଷାଣରୁ କେମିତି
ଜୀବନ ସାଉଁଟି ହୁଏ
ଶିଖାଇ ଦିଅ ମା
ନିମିଷେ ହେଉ ପଛେ ଅନୁଭବିବାକୁ
ଆତୁରେ ମୁଁ ଅନାଇ ରହିଛି
କୋଉ କାଳୁ ସନ୍ଧି କରିକରି
ଶୂନ୍ୟତା ସାଥିରେ !!

ବିଚାର କର ମା
ଥରୁଟିଏ କଥା ମୋର
ତୁମ କଥା ସିନା
କହି ପାରିବିନି ମୁଁ
ତୁମେ ଯେଣୁ
ସର୍ବଂସହା ମା
ସାରା ଜଗତର !!

“ସୁହାସିତମ୍”, କସ୍ତୁରୀ ନଗର, ରାୟଗଡା- ୭୬୫୦୦୧
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.