ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ହେଉଛି ରାବଣ ପୋଡି -ପୁଷ୍ପେନ୍ଦ୍ର ସିଂ ଦେଓ

ନର୍ଲାରୋଡ଼ରେ ଧୁମ ଧାମରେ ରାବଣ ପୋଡି ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତିକୂଳ ପାଗ ମଧ୍ୟ ରାବଣ ପୋଡିରେ ବ୍ୟାଘାତ ସୃଷ୍ଟି କରି ପାରିଲା ନାହିଁ । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ନାମକୁ ମାତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆଉ କରୋନା କଟକଣା ନଥିବା ହେତୁ ପୂଜା ସ୍ଥଳି ଗୁଡିକରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ଠାରେ ନବରାତ୍ରୀ ପୂଜା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି । ପ୍ରତ୍ୟହ ମନୋରଞ୍ଜନର କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଥିଲା । ପବିତ୍ର ବିଜୟା ଦଶମୀ ସନ୍ଧ୍ୟାରେ ବାବୁଲି ସ୍ୱାଇଁ କମ୍ପ୍ଲେକ୍ସ ପରିସରରେ ସାରଦୀୟ ଦୁର୍ଗା ପୂଜା କମିଟି ରାବଣ ପୋଡି କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ କରାଯାଇଥିଲା । ପ୍ରଥମେ  ରାମ, ଲକ୍ଷ୍ମଣ ଓ ସୀତା ଏକ ପଟୁଆରରେ ବାହାରି ନର୍ଲାରୋଡ଼ ନଗର ପରିକ୍ରମା କରି ରାବଣ ପୋଡି ପଡିଆରେ ପହଂଚି ଥିଲେ । ରାବଣ ପୋଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ ବିଜୟା ଦଶମୀରେ ପ୍ରଭୁ ଶ୍ରୀରାମଙ୍କ ରାବଣକୁ ସଂହାର, ଅଧର୍ମ ଉପରେ ଧର୍ମର ବିଜୟର ଏହା ପ୍ରତୀକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେର, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଓୟୁଜେ କଳାହାଣ୍ଡି ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର, ମୁକେଶ କୁମାର ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ପୂଜା କମିଟି ସଭାପତି ହମେଶ କୁମାର ଜୈନ, ସମ୍ପାଦକ ବିମଲ କୁମାର କେଡ଼ିଆ, କୋଷାଧକ୍ଷ ବାବୁଲା ରାଉତ, ସଦସ୍ୟ ଅମର ରାଉତ, ବିନାୟକ ମହନ୍ତ, ରାଜୀନ ସାହୁ, ରାଜା ପରିଡା, ଅମର ରାଉତ, ଓମ ପ୍ରକାଶ ପୁଝାରୀ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରାବଣ ପୋଡି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.