ମୁକୁନ୍ଦପୁରଠାରେ ନୂତନ ବିଜୁ ଗ୍ରାମୀଣ ସପ୍ତାହିକ ବଜାର ଉଦଘାଟିତ

ଉଦଘାଟନ କଲେ ଜୁନାଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ମୁକୁନ୍ଦପୁରଠାରେ ନୂତନ ବିଜୁ ଗ୍ରାମୀଣ ସପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନୂତନ ବିଜୁ ଗ୍ରାମୀଣ ସପ୍ତାହିକ ବଜାରକୁ ଉଦଘାଟିତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଉପାଧ୍ୟକ୍ଷା ପଞ୍ଚମୀ ଦୀପ, ଧାମନପୁର ସରପଞ୍ଚ ଦିଗାମ୍ବର ତାଣ୍ଡି, ଗୋଲାମୁଣ୍ଡା ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନୀ ରାଉତ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ସରିତା ମାଝୀ, ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟ ଜୟସେନ ସାହୁ, ବୃନ୍ଦାବାହାଲ ସରପଞ୍ଚ ଇଂ. ଦିନେଶ କୁମାର ରାଉତ, ସମାଜସେବୀ ଦିଲ୍ଲୀପ ମାଝୀ, ଦେବରାଜ ରାଉତ ପ୍ରମୂଖ ଉପସ୍ଥିତ ଥିଲେ । ଏହି ସମୟରେ ଅତିଥିମାନେ ଏହି ନୂତନ ବିଜୁ ଗ୍ରାମୀଣ ସପ୍ତାହିକ ବଜାର ଦ୍ୱାରା ଅଞ୍ଚଳର ଲୋକଙ୍କ ପାଇଁ ଅନେକ ସୁବିଧା ହୋଇ ପାରିବ ବୋଲି କହିଥିଲେ । କାରଣ ଏହି ଅଞ୍ଚଳର ଲୋକଙ୍କୁ ସପ୍ତାହିକ ବଜାରକୁ ଯିବାକୁ ହେଲେ ୭ ରୁ ୮ କିଲୋମିଟର ପଡୁଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.