ଓଏଏସ୍ ପାଇଲେ କଳାହାଣ୍ଡିର ଅନୁପମ ଆଚାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକ ପଡ଼ାର ଅନୁପମ ଆଚାର୍ଯ୍ୟ ଓଏଏସ୍ ପାଇ ଜିଲ୍ଲା ପାଇଁ ଆଣି ଦେଇଛନ୍ତି ଗୌରବ । ସେ ଏହାର ଶ୍ରେୟ ନିଜ ବାପା, ମା, ବଡ ବାପା, ବଡ ମାଆ ଓ ଗୁରୁଜନଙ୍କୁ ଦେଇଛନ୍ତି । ଏହି ସଫଳତା ସେ ନିଜ ବଡ ବାପା ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ୍ ଆଚାର୍ଯ୍ୟଙ୍କୁ ମଧ୍ଯ ପ୍ରଦାନ କରିଛନ୍ତି । ପାଇକ ପଡ଼ାର ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏବଂ ମାଆ ପୁଷ୍ପାଞ୍ଜଳି ଆଚାର୍ଯ୍ୟଙ୍କ ଏକ ମାତ୍ର ପୁତ୍ର ଅନୁପମ ନିଜ ପ୍ରାଥମିକ ଶିକ୍ଷା ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସାରିବା ପରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଦୁର୍ଗା ମାଧବ ସରକାରୀ ବିଦ୍ୟାଳୟରେ ପଢିଥିଲେ । ଏହାପରେ ଭୁବନେଶ୍ୱର ଜୁପିଟର ସାଇନ୍ସ କଲେଜରେ ଯୁକ୍ତ ଦୁଇ ଏବଂ ବୁର୍ଲା, ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭର୍ ସିଟି ଅଫ ଟେକ୍ନୋଲୋଜି କଲେଜ୍ ଠାରେ ବିଟେକ୍ ସାରି ହାଇଦ୍ରାବାଦ ଠାରେ ୨୦୧୫ରୁ ୨୦୧୮ ଯାଏଁ ଚାକିରୀ କରୁଥିଲେ । ଚାକିରୀ ଛାଡ଼ି ସେ ଦିଲ୍ଲୀରେ ୯ମାସ ରହି ୟୁପିଏସସି ପ୍ରସ୍ତୁତ କରି ତା’ପରଠାରୁ ଘରେ ରହି ନିଜର ପ୍ରସ୍ତୁତି ଜାରୀ ରଖିଥିଲେ । ସେ ୟୁପିଏସସି ପରୀକ୍ଷା ମଧ୍ଯ ଦେଇଛନ୍ତି । ୨୦୨୧ ରେ ଓପିଏସସି ପରୀକ୍ଷା ଦେବା ପରେ ଗତ ସେପ୍ଟେମ୍ବର ୯ ରେ ପରୀକ୍ଷା ଫଳ ଓ ପରେ ସେପ୍ଟେମ୍ବର ୨୯ ରେ କଟକ ଓପିଏସସି ଅଫିସରେ ସାକ୍ଷାତ୍ କାର ଦେଇଥିଲେ । ଏହାର ଫଳ ଏବେ ପ୍ରକାଶ ପାଇଛି ଏବଂ ଅନୁପମ ୩୭ ନମ୍ୱର୍ ରେଙ୍କରେ ରହିଛନ୍ତି । ଏହି ଖବର ପ୍ରଚାର ହେବା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.