ଶ୍ରୀକ୍ଷେତ୍ର ହାଇ-ଟେକ ପବ୍ଲିକ ସ୍କୁଲରେ ଆଜାଦିକା ଅମୃତ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ଅମଳାଭଟା ଠାରେ ଥିବା ଶ୍ରୀକ୍ଷେତ୍ର ହାଇ-ଟେକ ପବ୍ଲିକ ସ୍କୁଲରେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପରାନ୍ତେ ଆଜାଦିକା ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଷ୍ଟ’ର ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ ମୂ୍ଖ୍ୟ ଅତିଥି ଓ ଜେ.କେ କାଗଜ କଳର ଜେନେରାଲ ମେନେଜର (ସି.ଏସ୍.ଆର୍) ହରିହର ଖମାରି ମୂଖ୍ୟ ବକ୍ତା ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବୋଳନ କରିବା ସହ ଗାନ୍ଧୀଜୀଙ୍କ ଫଟୋରେ ପୂଷ୍ପମାଲ୍ୟ ଅର୍ପଣ କରି ଉତ୍ସବର ଉଦଘାଟନ କରିଥିଲେ । ବିଦ୍ୟାଳୟର ମୂଖ୍ୟ ତଥା ଚେୟାରମେନ ଡଃ. ଅଶୋକ କୁମାର ମିଶ୍ର ସେମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ଭଗବତ ଗୀତାର ଶ୍ଳୋକ ଓ ଶିକ୍ଷୟତ୍ରୀ ମାନେ ସାମୂହିକ ରାମଧୁନ ଗାୟନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ମୂ୍ଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗାନ୍ଧିଜୀ ସତ୍ୟ ଅହିଂସାର ପୂଜାରୀ ଥିଲେ । ଆଜିର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଗାନ୍ଧୀଜୀଙ୍କର ସୁନାର ଭାରତ ସ୍ବପ୍ନ ସାକାର ହୋଇପାରିବ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଖମାରି ଗାନ୍ଧିଜୀ ପରିଧାନ କରିଥିବା ଧୋତି, ଚଷମା, ଘଡ଼ି ଓ ବାଡ଼ିର ମାର୍ମିକ ତତ୍ବ ବିଦ୍ୟାର୍ଥୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ୨୦୧୭ ମସିହାରେ ଏହି ଅନୁଷ୍ଠାନର ପ୍ରତିଷ୍ଠା ସ‌ହ ଦୂରଦୃଷ୍ଟି ସମ୍ପନ୍ନ ଯେଉଁ ତିନି ରଥୀଙ୍କ ଅବର୍ଣ୍ଣନୀୟ ଭୂମିକାର ପ୍ରତିଫଳନ ସ୍ବରୂପ ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଭଳି ଉପାନ୍ତ ଅଞ୍ଚଳରେ ଏକ ହାଇ-ଟେକ୍ ଶିକ୍ଷାନୁଷ୍ଠାନ ଗଢି ତୋଳିଥିଲେ ସେମାନେ ହେଲେ – ସଭାପତି ଡି. ଶ୍ରୀନିବାସ, ଉପସଭାପତି ଜଗନ୍ନାଥ ପରିଚ୍ଛା ଓ ସମ୍ପାଦକ ଜଗନ୍ନାଥ ରେଡ୍ଡି । ଆଜି ସେହି ବିଦ୍ୟାଳୟରେ ଆୟୋଜିତ ଉତ୍ସବକୁ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ବାଳ ଏବଂ ଡଃ.ଅରୁଣ କୁମାର ପରିଡ଼ା ନିର୍ଦେଶକ (ପ୍ରଶାସନ)ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଓ ସମସ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

ଅମୃତ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଓ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସୋନିଆ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ସଂଯୋଜନା ଓ ସଦାଶିବ ରାଜଗୁରୁ, ଅଫିସର ଇନ୍ ଚାର୍ଜ ସମସ୍ତ କାର୍ଯ୍ୟ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ । ଉପସ୍ଥିତ ଅଭିଭାବକ, ପିତାମାତା ଓ ଜନସାଧାରଣ ଉପସ୍ଥିତ ରହି ସମସ୍ତ ଆୟୋଜକ ଓ ଅନୁଷ୍ଠାନର ମୂଖ୍ୟ ମହୋଦୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ନିର୍ଦ୍ଦେଶକ ଓ ଚେୟାରମ୍ୟାନ ପ୍ରଫେସର ଡଃ. ଅଶୋକ କୁମାର ମିଶ୍ରଙ୍କ ଦିଗଦର୍ଶନ ଯୋଗୁଁ ସମସ୍ତ ଆୟୋଜନର ସଫଳ ରୂପାୟନ ହୋଇପାରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.