ଶରତ ପୂର୍ଣ୍ଣିମା ଜହ୍ନକୁ ଚାହିଁ କାର୍ତ୍ତିକେୟଙ୍କ ପରି ସ୍ବାମୀ ମନାସିଲେ କୁମାରୀ କନ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କୁମାରୀ କନ୍ୟା ମନରେ ଆଶାର କିରଣ ବିଞ୍ଚି ଚାଲି ଯାଇଛି ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା। ଓଡ଼ଶାରେ ପାଳିତ ହେଉଥିବା ବିଭିନ୍ନ ଓଷା ବ୍ରତ ମଧ୍ୟରେ କୁମାରୀ କନ୍ୟା ମାନଙ୍କ ଦ୍ବାରା ପାଳିତ ହେଉଥିବା କୁମାର ପୂର୍ଣ୍ଣିମୀ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ । ଏହି ଦିନ ଜହ୍ନି ଓଷା ଶେଷ ହୋଇଥାଏ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ନର୍ଲା, ମ.ରାମପୁର, ଭବାନୀପାଟଣା, କେସିଙ୍ଗା, କର୍ଲାମୁଣ୍ଡା, ଥୁଆମୁଲ ରାମପୁର, ଜୟପାଟଣା, ଧର୍ମଗଡ଼, ଜୁନାଗଡ଼, କୋକସରା, ଗୋଲାମୁଣ୍ଡା ଓ କଲମପୁରରେ ଉତ୍ସାହ ଉଦ୍ଦୀପନାର ସହ ସମାପନ ହୋଇଛି । ଏହା ସହ କୁମାରୀ କନ୍ୟା ଓ ବିବାହିତ ମହିଳା ମାନଙ୍କ ଦ୍ବାରା ଜହ୍ନି ଓଷା ବିଧି ଅନୁସାରେ ପାଳିତ ହୋଇଯାଇଛି । ଦେବଦେବ ମହାଦେବଙ୍କ ପୁତ୍ର ତଥା ଦେବତାମାନଙ୍କ ସେନାପତି କାର୍ତ୍ତିକେୟ ସର୍ବଗୁଣ ସଂପନ୍ନ ମହାଯୋଦ୍ଧା ତେଜସ୍ଵୀ ଓ ଅତି ସୁନ୍ଦର । ପୁରାଣ ପୃଷ୍ଠା ମାନଙ୍କରେ କାର୍ତ୍ତିକେୟଙ୍କ ତେଜ ପ୍ରତାପ ଓ ବୀର ଗାଥାର ବହୁଳ ବର୍ଣ୍ଣନା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ କୁମାରୀ କନ୍ୟା ମାନଙ୍କ ଅଭିଳାଷ ଥାଏ ତାଙ୍କ ବର ସୁନ୍ଦର ତଥା ସର୍ବାଗୁଣ ସଂପନ୍ନ ହୋଇଥାନ୍ତୁ, ତେଣୁ ସେମାନେ ନିଷ୍ଠା କାଷ୍ଠାର ସହ ବ୍ରତ ପାଳନ କରି ସରଦ ଚାନ୍ଦକୁ ସାଖି ରଖି କୁମାର କାର୍ତ୍ତିକେୟଙ୍କ ପରି ବର କାମନା କରିଥାନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏବର୍ଷ ଅକ୍ଟୋବର ୦୯ତାରିଖ ରବିବାର ଆସିଛି କୁମାର ପୂର୍ଣ୍ଣିମା । ଏଦିନ ମର୍ତ୍ତ୍ୟ ଲୋକଙ୍କୁ ଅବତରଣ କରିଛନ୍ତି ଗଜଲକ୍ଷ୍ମୀ । ପାର୍ବଣ ଋତୁର ଏହି ଅପୂର୍ବ ମୂହୁର୍ତ୍ତରେ ଉଲ୍ଲସିତ ହୋଇ ଉଠିଛି ଧରା । ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ବେଶ ଧୁମଧାମରେ ପାଳନ ହୋଇଛି । ତେବେ ଲାଞ୍ଜିଗଡ଼ ବ୍ଲକର ବିଶ୍ଵନାଥପୁର ଓ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର କିଡିଙ୍ଗ ସମେତ ଅନେକ ଗ୍ରାମରେ ଉପବାସ ରହି ଓଷା ପାଳନ କରୁଛନ୍ତି କୁମାରୀ କନ୍ୟା । ଆଜି ସକାଳୁ ସକାଳୁ କୁମାରୀମାନେ ପାରମ୍ପରିକ ବିଧାନ ଅନୁସାରେ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଲି ଟେକିଥିଲେ । ଟୋକେଇରେ ଖଇ, ବିଭିନ୍ନ ପ୍ରକାରର ଫଳ, ନଡ଼ିଆ, ପିଠା, ଫୁଲ ରଖି ସନ୍ଧ୍ୟାରେ ଚଉଁରା ମୂଳରେ ପୂଜା କରି ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ କରିଥିଲେ । ଜହ୍ନି ଓଷା ନାମରେ ଖ୍ୟାତ ଏହି ଓଷାକୁ ଅତି ନିଷ୍ଠାର ସହ ପାଳନ କରି କୁମାର କାର୍ତ୍ତିକେୟଙ୍କ ପରି ସ୍ବାମୀ ମନାସିଛନ୍ତି କୁମାରୀମାନେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.