ଓଡ଼ିଆ ବାର୍ତ୍ତା/ ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଏବେ ରାଞ୍ଚିରେ ଖେଳାଯାଉଛି। ଟସ୍ ଜିତି ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା । ଭାରତ ଆଗରେ ୨୭୯ ରନ୍ ବିଜୟ ଲକ୍ଷ୍ୟ ଥିବାବେଳେ ଭାରତ ଏବେ ଦୃଢ଼ ସ୍ଥିତିରେ ରହିଛି । ଇଶାନ କିଷନ ଓ ଶ୍ରେୟସ ଆୟାର ଅର୍ଧଶତକ କରି ବ୍ୟାଟିଂ କରୁଛନ୍ତି । ଇଶାନ ୯୩ ରନ କରି ଆଉଟ ହୋଇଛନ୍ତି । ଆୟାର ୭୧ ରନ କରି ବ୍ୟାଟିଂ କରୁଛନ୍ତି। ଅଧିନାୟକ ଧାଓ୍ବନ ୧୩ ରନ କରି ଆଉଟ ହୋଇଥିବା ବେଳେ ଗିଲ ୨୮ ରନ କରି ଆଉଟ ହୋଇଛନ୍ତି ।
1⃣0⃣0⃣-run partnership!
![]()
@ishankishan51 & @ShreyasIyer15 putting up a show.
![]()
#TeamIndia 154/2 after 27 overs.
Follow the match
https://t.co/6pFItKAJW7 #INDvSA pic.twitter.com/pSr6l48Biv
— BCCI (@BCCI) October 9, 2022
ସାଉଥ ଆଫ୍ରିକା ପକ୍ଷରୁ ସର୍ବାଧିକ ମାର୍କରାମ ୭୯ ରନ, ହେଣ୍ଡରିକ୍ସ ୭୪ ରନ୍ କରିଥିଲେ । ଡି’କକ୍ ୫ ରନ୍ କରି ମହମ୍ମଦ ସିରାଜଙ୍କ ଦ୍ବାରା ଆଉଟ ହୋଇଥିଲେ । ମଲାନ୍ ୨୫ ରନ୍ କରି ଆଉଟ ହୋଇଥିବା ବେଳେ ହେନ୍ରିକ୍ କ୍ଲାସେଁ ୩୦ ରନ୍ କରି ଆଉଟ ହୋଇଥିଲେ । ୱେନ୍ ପରନେଲ ୧୬ ରନ୍ ଆଉଟ ହୋଇଥିବା ବେଳେ ମହାରାଜା 5 ରନ କରି ଆଉଟ ହୋଇଥିଲେ । ମିଲର 35 ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ ।
5⃣0⃣ for @ShreyasIyer15 – his 13th in the ODIs & second successive half-century in the series.
![]()
Follow the match
https://t.co/6pFItKAJW7 #TeamIndia | #INDvSA pic.twitter.com/n32YIu2l7n
— BCCI (@BCCI) October 9, 2022
ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ୱାସିଂଟନ , ସହବାଜ , କୁଲଦୀପ ଓ ଶାର୍ଦ୍ଦୁଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।