ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିଜର ପୁରା ଜୀବନ କାଳ ଭିତରେ ଦଳିତ, ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଲଢେଇ କରି ଜୀବନକୁ ଉତ୍ସର୍ଗ କରିଥିବା ବହୁଜନ ଜନ ନାୟକ କାଂସିରାମ ସାହେବଙ୍କ ତିରୋଧାନ ଦିବସ ଆଜି କୋକସରା ବ୍ଲକ ମୋଟେର ଠାରେ ବାର୍ସା ଆମ୍ବେଦକର ଫୁଲେ ଷ୍ଟୁଡେଣ୍ଟ ଆସୋସିଏସନ ଦ୍ୱାରା ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନେକ ବହୁଜନ ସମାଜସେବୀ ଯୋଗ ଦେଇ କାଂସିରାମଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବହୁଜନ ସମାଜକୁ ଏକତ୍ରିତ କରି କିଭଳି ଭାବରେ ଓଡିଶାରେ ବହୁଜନ ରାଜନୀତିକୁ ସଫଳ କରାଯିବ ଏବଂ ବହୁଜନ ରାଜନୀତିର ଛାତ୍ର ସଂଗଠନର ଭୁମିକା ଉପରେ ଅତିଥି ଓ ଉପସ୍ଥିତ ସମାଜସେବୀ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ଏଥିରେ ଭୀମ ଆର୍ମି ଭାରତ ଏକତା ମିଶନ, ଓଡିଶା ପ୍ରଦେଶ ସଚୀବ ଜଗଜୀବନ କୁମାର, ରାଷ୍ଟୀୟ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ୟ ହଂସ, ଷ୍ଟୁଡେଣ୍ଟ ଏକ୍ଟିଭିଷ୍ଟ ପ୍ରଧାନୀ ବାଗ, କଂଗ୍ରେସ ନେତା ଦିଗାମ୍ବର ଦୂରୀଆ, ବେଣୁପାଣୀ ଦୁର୍ଗା, ସିନ୍ଧୁ ବାଗ, ଗଙ୍ଗାଧର ମହାନନ୍ଦ, ଲୋଚନ ମଙ୍ଗରାଜ, ସୁକାନ୍ତ ନାଏକ ସମେତ ଅନେକ ବହୁଜନ ସମାଜସେବୀ ଯୋଗଦେଇଥିଲେ ।