ମୁଲାୟମ ସିଂ ଯାଦବଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଶୋକ

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କେସିଙ୍ଗା ସ୍ଥିତ ଯଦୁ ନିଉଜ ନେସନ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ଏକ ଯୁଗର ଅନ୍ତ ଘଟିଛି । ଯାଦବ ସମାଜ ପ୍ରତି ନେତାଜୀ ମୁଲାୟମଙ୍କ ଅବଦାନ ଅତୁଳନୀୟ । ତାଙ୍କ ଅବର୍ତମାନ ଯାଦବ ସମୁଦାୟ ତଥା ଭାରତୀୟ ରାଜନିତି ପ୍ରତି ଏକ ବିଶାଳ କ୍ଷତି ବୋଲି ଏହି ଶୋକସଭାରେ ମତ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସିରୋଲ ସମିତି ସଭ୍ୟ ପ୍ରତାପ ବାଗ, ଲଇତରା ସରପଞ୍ଚ ତଥା କେସିଙ୍ଗା ଯୁବ ଯାଦବ ସଭାପତି ଅଶୋକ ପୋଢ, କେସିଙ୍ଗା ଏନଏସି ୨ନଂ ଓ୍ବାର୍ଡର କାଉନସିଲର ଭୁପିନ୍ଦ୍ର ଘିଭେଲା, ୭ନଂ ଓ୍ବାର୍ଡ କାଉନସିଲର ପ୍ରକାଶ ବନଛୋର, ୬ନଂ ଓ୍ବାର୍ଡ କାଉନସିଲର ଶମ୍ଭୁ ବଗର୍ତ୍ତି, ସମାଜସେବୀ ବସନ୍ତ ନାଏକ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସହସମ୍ପାଦକ ତ୍ରିଲକ୍ଷ ନାଏକ ଓ ସାମ୍ବାଦିକ ଅର୍ଜୁନ ପୋଢ ପ୍ରମୁଖ ଉପସ୍ଥିତ ରହି ମୁଲାୟମ ସିଂ ଯାଦବଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.