ମୂଷାପାଲି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାଧାରଣ ଜନତା ଓ ହିତାଧିକାରୀଙ୍କ ସମସ୍ୟାର ସାମଧାନ ଦିଗରେ କୋକସରା ବ୍ଲକ ପ୍ରଶାସନ ତତ୍ପରତା ଦେଖେଇ ଆସୁଛି । ଏହି କ୍ରମରେ ଆଜି ମୂଷାପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଅକ୍ଷୟ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କୋକସରା ତହସିଲଦାର ରାକେଶ ପରୁଆ, ଡା. ଅଭିଷେକ ବେହେରା, ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରା, ସମିତିସଭ୍ୟା ଅଞ୍ଜନା ଦୁର୍ଗା ସମେତ ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କୃଷି, ଉଦ୍ୟାନ, ପଶୁପାଳନ ବିଭାଗ ଭଳି ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବିରରେ ବାର୍ଦ୍ଧକ୍ୟ ଭତ୍ତା, ଆବାସ ଗୃହ, ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଓ ଆବେଦନ ହୋଇଛି । କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ସୁନାନୀ, ଗ୍ରାମରୋଜଗାର ସେବକ ଟିକେଶ୍ୱର ରାଉତ ବିଏଫଟି ଲକ୍ଷ୍ମୀନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସମୁଦାୟ ୪୪୮ ଜଣଙ୍କ ଆବେଦନ ଗ୍ରହଣ କରାଯାଇ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ହିତାଧିକାରୀଙ୍କୁ ସୂଚନା ଦିଆଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.