ଭାନପୁର ପଂଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

୧୫୦ ଜଣ ଅଭିଯୋଗକାରୀ ତାଲିକା ଭୁକ୍ତ ହେଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ପଞ୍ଚାୟତ ଗୁଡିକରେ ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସୋମବାର ୧୦/୧୦ନର୍ଲା ବ୍ଲକର ଭାନପୁର ଗ୍ରାମ ପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ସିଡିପିଓ ନିବାସିନୀ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଯୋଗେଶ୍ୱର ସାହୁ, ଜିପିଓ କ୍ଷିତିଶ ଚନ୍ଦ୍ର ନାଏକ, ଟାଟା ପାୱାର ନର୍ଲା ଏସଡ଼ିଓ କମଲେଶ ଦାସ, ନର୍ଲା ବି.ପି.ଏମ ସବୀର ପଧାନ, ଏମଆଇ ସୌମ୍ୟ ରଞ୍ଜନ ମାଝୀ, ଯୋଗାଣ ବିଭାଗ ଅଧିକାରୀ, ଓଏଲଏମ କର୍ମଚାରୀ ପ୍ରଭାସିନୀ ଏକ୍କା, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମୀ, ଗ୍ରାମ ପଞ୍ଚାୟତ କର୍ମଚାରୀ, ଭାନପୁର ଜନ ସାଧାରଣ ଉପସ୍ଥିତ ଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅନନ୍ତରାମ ମାଝୀଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କୋଭିଡ ଟିକା ପ୍ରିକୋସନ ଡୋଜ ମଧ୍ୟ ୬୦ ଜଣଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀ ଶିବିରରେ ୧୫୦ ଜଣଙ୍କ ଆପତ୍ତି ଅଭିଯୋଗ କୁ ତାଲିକା ଭୁକ୍ତ କରାଯାଇଛି। ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗ ମାନ ହୋଇଥିଲା । ସୋମବାର ସାପ୍ତାହିକ ବଜାର ଦିନ ହୋଇଥିବାରୁ ଭାନପୁର ଗ୍ରାମ ପଂଚାୟତରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.