BCCIର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ହେବ ଆଲୋଚନା

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଅଧ୍ୟକ୍ଷ ନେଇ ଆଲୋଚନା ଜୋର ଧରିଛି । ରିପୋର୍ଟ ମୁତାବକ ବର୍ତମାନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କ ସ୍ଥାନରେ ପୂର୍ବତନ ମହାନ ଖେଳାଳି ରୋଜର ବିନ୍ନୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇପାରେ । ବିସିସିଆଇର ବାର୍ଷିକ ବୈଠକ ପୂର୍ବରୁ ମଙ୍ଗଳବାର କେତେକ ବରିଷ୍ଠ ଅଧିକାରୀ ଆଉ ଏକ ମିଟିଂ କରିବାକୁ ଯାଉଛନ୍ତି । ସୋମବାର ରାତିରେ ସମସ୍ତ ପଦାଧିକାରୀ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ଆଗକୁ ଆଉ ୫ଟି ପଦ ପାଇଁ ନିର୍ବାଚନ ହେବ । ମଙ୍ଗଳବାରଠାରୁ ନାମାଙ୍କାନ ପ୍ରକ୍ରିୟା ଆରମ୍ଭ ହେବ ।୧୩ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲକାରୀଙ୍କ ନାମ ପ୍ରକାଶ ପାଇବ । ଆଇସିସିର ଗୁରୁତ୍ୱପୂର୍ଣ୍ଣ ପଦବୀ ହାତେଇବାକୁ ହେଲେ ଗାଙ୍ଗୁଲିଙ୍କୁ ବିସିସିଆଇ ପଦ ଛାଡିବାକୁ ପଡିବ । ଜୟ ଶାହ ପୂର୍ବ ଭଳି ସେକ୍ରେଟାରୀ ପଦ ବଜାୟ ରଖିବେ । ଅନ୍ୟ ଅର୍ଥରେ ମଙ୍ଗଳବାର ଗାଙ୍ଗୁଲି ସଭାପତି ପଦରେ ରହିବେ କି ନାହିଁ ତାହା ପ୍ରାୟତଃ ସ୍ପଷ୍ଟ ହୋଇଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.