‘ବିବାହ ପଞ୍ଜିକରଣ ରଦ୍ଦ ପାଇଁ ଧର୍ମ ଗୋଟିଏ ପ୍ରସଙ୍ଗ ହୋଇପାରିବ ନାହିଁ’

ଓଡ଼ିଆ ବାର୍ତ୍ତା/ ଥିରୁଅନନ୍ତପୁରମ: ବିବାହ ପଞ୍ଜିକରଣ ବାତିଲ ପାଇଁ ଧର୍ମ ଏକ ପ୍ରସଙ୍ଗ ହୋଇପାରିବ ନାହିଁ ଯୁକ୍ତିଯୁକ୍ତ କାରଣ। ଦମ୍ପତି ହିନ୍ଦୁ ମୁସଲିମ ହୋଇଥିବାରୁ ବିବାହ ପଞ୍ଜିକରଣ କରିବାକୁ ଚାହିଁଥିଲେ। ହେଲେ ଏହା ବାତିଲ ହେବା ପରେ କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରେ କୋର୍ଟ କେରଳର ବିବାହ ନିୟମ ୨୦୦୮ ଓ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି କହିଛନ୍ତି, ବିବାହ ପଞ୍ଜିକରଣ ବାତିଲ ପାଇଁ ଧର୍ମକୁ ଯୁକ୍ତିଯୁକ୍ତ କାରଣ ଦର୍ଶାଯାଇପାରିବ ନାହିଁ। ଏଥିସହ ୨ ସପ୍ତାହ ମଧ୍ୟରେ ଦମ୍ପତିଙ୍କ ବିବାହ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ପି କୁହ୍ନି କ୍ରିଷ୍ନା ଏହି ରାୟ ଶୁଣାଇଛନ୍ତି।

Omkar Vasthu
Omkar Vasthu

ବିଚାରପତି କହିଛନ୍ତି କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏଠାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଧର୍ମକୁ ସମ୍ମାନ ଦେବାର ଅଧିକାର ରହିଛି। ସେହିପରି ପ୍ରତ୍ୟେକ ବ୍ୟକ୍ତି କାହାକୁ ବିବାହ କରିବା ତାହା ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ଅଧିକାର। ତେଣୁ ବିବାହ ପଞ୍ଜିକରଣ ନକରାଇବା ପାଇଁ ସ୍ଥାନୀୟ ସରକାରୀ ଅଧିକାରୀ ଯେଉଁ ଧର୍ମକୁ ଆବଶ୍ୟକ ଯୁକ୍ତି ବୋଲି ଦର୍ଶାଇଛନ୍ତି ତାହା କୌଣସି ପ୍ରକାର ଆଧାର ରଖୁନାହିଁ। ପି.ଆର ଲଳନ ଏବଂ ଆୟଶା ଉଭୟ ଏରନାକୁଲମ ଜିଲ୍ଲାର ଉଦୟମପେରୁର ବାସିନ୍ଦା। ଯୁବତୀ ଜଣଙ୍କ ମୁସଲିମ ହୋଇଥିବା ବେଳେ ଯୁବକ ଜଣଙ୍କ ହିନ୍ଦୁ। ଉଭୟ ୨୦୨୧ ଡିସେମ୍ବର ୨ରେ ବିବାହ କରିଥିଲେ। ଏହାପରେ ବିବାହ ପଞ୍ଜିକରଣ ପାଇଁ କୋଚି କୋର୍ପୋରେସନ ସେକ୍ରୋଟେରୀରେ ଆବେଦନ କରିଥିଲେ।କୋର୍ଟ କହିଛନ୍ତି ଯେ କେରଳ ହେଉଛି ଏପରି ଏକ ରାଜ୍ୟ, ଯେଉଁଠାରେ ଶ୍ରୀ ନାରାୟଣ ଗୁରୁ ଏବଂ ଆୟାନକାଲୀଙ୍କ ପରି ମହାନ ସଂସ୍କାରକମାନେ ଧର୍ମନିରପେକ୍ଷତାର ନୀତି ପ୍ରଚାର କରିଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆଜିକାଲି କିଛି ଗୋଷ୍ଠୀ ଏହାକୁ ବିଭାଜିତ କରିବାକୁ ପ୍ରୟାସ କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.