ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି। ଯାଜପୁର କ୍ରିକେଟ ଆସୋସିଏସମର ନେତୃତ୍ବ ନେବା ପରେ ତାଙ୍କ ନାଁ ଓସିଏ ଭୋଟର ତାଲିକାରେ ନିକଟରେ ପ୍ରକାଶ ପାଇଥିଲା। ଏହାପରେ ଯେଉଁ ଆକଳନ କରାଯାଉଥିଲା ତାହା ବୋଧହୁଏ ସତ ହେବାକୁ ଯାଉଛି। ଯଦି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ସତ ହୁଏ। ଶୁକ୍ରବାର ପୁରୀରେ ଏକ ହୋଟେଲରେ ବିଧାୟକଙ୍କ ସହିତ ଓସିଏ ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ପରେ ଏପରି ଏକ ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ ପୁରୀରେ ବସିଥିବା ଏହି ବୈଠକରେ ଓସିଏର ଶୀର୍ଷ ନେତୃତ୍ବ ଉପସ୍ଥିତ ଥିଲେ। ଯେଉଁଥିରେ ବର୍ତ୍ତମାନର ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିବା ବେଳେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ଅକ୍ଟୋବର ୨୮ରେ ଓସିଏ ନିର୍ବାଚନ ରହିଛି। ଏହା ପୂର୍ବରୁ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ। ତେଣୁ ଆଜି ଏହି ପ୍ରସଙ୍ଗରେ ବୈଠକ ବସିଥିବା ସୂଚନା ରହିଛି। ବୈଠକରେ ପ୍ରଣବ ସଭାପତି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଓସିଏ ସଦସ୍ୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ସୂଚନା ରହିଛି। ଏମିତିକି ତାଙ୍କ ବିରୋଧରେ କେହି ପ୍ରାର୍ଥୀ ହେବେ ନାହିଁ ବୋଲି ସୂଚନା ରହିଛି। ଅର୍ଥାତ୍ ନିର୍ଦ୍ବନ୍ଦରେ ସେ ସଭାପତି ପଦକୁ ନିର୍ବାଚିତ ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ହକି ପରେ ଫୁଟବଲ ଫିଫା ବିଶ୍ୱକପର ମ୍ୟାଚ ଓଡ଼ିଶାରେ କରାଇ ନୂଆ କୀର୍ତ୍ତିମାନ ତିଆରି କରୁଛନ୍ତି। ଏହାରି ଭିତରେ ପ୍ରଣବ ପ୍ରକାଶ ଦାସ ଓସିଏରେ ପ୍ରବେଶ କରିବା ନୂଆ ସଫଳତା ଦେଇପାରେ।

Pearl dental clinic
Near Ashish Medical Store, Bhawanipatna

ଉଲ୍ଲେଖଯୋଗ୍ୟ, ଅକ୍ଚୋବର ୨୧ ତାରିଖ ପୂର୍ବାହ୍‌ଣ ସାଢେ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ୨୨ ତାରିଖ ଦିନ ୧୦ରୁ ୧୨ଟା ମଧ୍ୟରେ ନାମାଙ୍କନ ଉପରେ କୌଣସି ଆପତ୍ତି ଅଭିଯୋଗ ଥିଲେ ଗ୍ରହଣ କରାଯିବ। ସେହିପରି ସମାନ ଦିନ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅଭିଯୋଗର ଶୁଣାଣି ହେବବ। ୨୩ ତାରିଖ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଥିବା ବେଳେ ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଜଣେ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବାକୁ ହେଲେ ୧୫ଟି ମାନଦଣ୍ଡ ଧାର୍ଯ୍ୟ ହୋଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.