ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କବିଚନ୍ଦ୍ର ପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡ଼ିଛି ।ସୂଚନାଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସିଆଲପଲା ଗ୍ରାମର ମେଘୁ ରଣା(୪୫) ଓ ଧନମାଲି ରଣା (୩୫) କୌଣସି କାର୍ଯ୍ୟରେ ମୋଟର ସାଇକେଲ ଯୋଗେ ନିକଟସ୍ଥ ମଦନପୁରକୁ ଯାଇ ନିଜ ଘରକୁ ଫେରୁଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସମୟରେ କବିଚନ୍ଦ୍ର ପୁରର ଏକ ବୁଲାଣିଆ ରାସ୍ତାରେ ସେମାନେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ । ଘଟଣା ସ୍ଥଳରେ ମେଘୁ ରଣାଙ୍କ ମୃତ୍ୟୁ ଘଟିଥିବା ବେଳେ ଧନମାଲି ରଣା ଗୁରୁତର ଥିବାରୁ ତାଙ୍କୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ଏନେଇ ମ.ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.