ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଲାଞ୍ଜିଗଡ଼-କୋକସରା ଏବଂ ମ.ରାମପୁର-ନର୍ଲା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ସତରବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜିତ କରାଯାଉଛି। ଏଥିରେ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ପୂର୍ବ-ଡିଏସଓ ରାଜେନ୍ଦ୍ର ବଢ଼େଇ, ବିଶିଷ୍ଟ କ୍ରୀଡ଼ାବିତ ଲୋକନାଥ ସାହୁ, ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋରେଖ ସାହୁ, ଟାଉନ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର, ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୟରାମ ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇପିଇ ମହେନ୍ଦ୍ର ପଣ୍ଡା। ଏହି ଅବସରରେ ଜିଲ୍ଲାର ଭବାନୀପାଟଣା, କେସିଙ୍ଗା ଓ ମ. ରାମପୁର ବ୍ଲକର ୫ଟି ହାଇସ୍କୁଲ ମାନଙ୍କୁ ଫୁଟବଲ ବଣ୍ଟନ କରାଯାଇଥିଲା। ପଞ୍ଚମ ଦିବସରେ ଆଜି ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

ବାଳକ ବିଭାଗର ପ୍ରଥମ ମ୍ୟାଚ ଜୟପାଟଣା-କୋକସରାରୁ କୋକସରା , ଦ୍ଵିତୀୟରେ ବାଳକ ବିଭାଗ ଭବାନୀପାଟଣା-ଲାଞ୍ଜିଗଡ଼ ମ୍ୟାଚରେ ଲାଞ୍ଜିଗଡ଼, ତୃତୀୟ ବାଳିକା ବିଭାଗ ମ.ରାମପୁର-ଲାଞ୍ଜିଗଡ଼ରୁ ଲାଞ୍ଜିଗଡ଼ ବିଜୟୀ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ରେଫରି ନବୀନ ନାଏକ, ଜିତେନ୍ଦ୍ର ରଥ, ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷାନନ୍ଦ ନାଏକ, ରଘୁନାଥ ହେମ୍ବ୍ରମ, ସତ୍ୟାନନ୍ଦ ମାଝୀ, ସୌମ୍ୟ ଛତ୍ରିଆ, ପ୍ରିୟଙ୍କା ବିଶି। ଏଥିରେ ଡିଇଓ ଅଫିସରୁ ଟଂକଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ, ବୋର୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ, ସରିଆଁ ସିଆରସିସି ସୁଧୀର ଧଙ୍ଗଡାମାଝୀ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ଯୁଗେଶ୍ୱର ମାଝୀ, ପିଇଟି ସୁବାଷଚନ୍ଦ୍ର ନାଗ, ବୃଷଧ୍ୱଜ ବୁଦ୍ଧିଆ, ସୁଶାନ୍ତ ପଣ୍ଡା, ରାମ ପ୍ରଧାନ, ନିର୍ମଳ ପ୍ରଧାନ, ରୂପସିଙ୍ଗ ରାଉତ, ମନୋଜ ଦାଶ, ମୁରଲୀ ଦୀପ, ମିଲନ କୁମାର, ନମିତା ରଣା, ତୁନେଶ୍ୱର ସା, ଅନୁପ ଦାସ, ଅଶ୍ୱିନୀ ସାହୁ, ସୁନୀଲ ନାଏକ, ଚିତ୍ତରଞ୍ଜନ ବାରିକ, ଆଲୋକ ବେହେରା, ସୁନିତା ଦାଶ, ଶ୍ରବଣ ଜାଲ, ଅଭିଷେକ ଛତ୍ରିଆ, ଅମିତ ମହାନ୍ତି, ବିଭୂତି ପ୍ରଧାନ, ଯୋଗେନ୍ଦ୍ର ଛତ୍ରିଆ, ଟଙ୍କ ମହାଳିକ, ସଞ୍ଜୟ ମିଶ୍ର ଓ ଷ୍ଟାଡିୟମ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.