ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତାଙ୍କ ଶପଥ ଗ୍ରହଣ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ମୀନକେତନ ସାହୁ ଏବଂ ବ୍ଲକ ସମ୍ପାଦକ ଅମିତ ଶର୍ମାଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଉପ ସଭାପତି ବୀରେନ୍ଦ୍ର ବାଗ ଏବଂ ଜିଲ୍ଲା କମିଟିର କୋର ସଦସ୍ୟ ବୃନ୍ଦ ଯୋଗ ଦେଇ ଥିଲେ । ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ବ୍ଲକ ସମ୍ପାଦକ ଅମିତ ଶର୍ମା ଓ ନର୍ଲା ସଂଘର ସଦସ୍ୟ ବୃନ୍ଦ । ଏହି ସମାବେଶରେ ପୂର୍ବତନ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଗିରିଧାରୀ ଗୌଡ଼, ନିର୍ମଳ ବାରିକ, ସରୋଜ କୁମାର ଚାନ୍ଦ, ରଞ୍ଜନ ତ୍ରିପାଠୀ, ମଧୁସୂଦନ ରାଉତ, କିଶୋର ଭୋଇ, ଦୀପଞ୍ଜଳି ପାଢ଼ୀ ପ୍ରମୁଖଙ୍କୁ ମଞ୍ଚରେ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ନର୍ଲା ସଂଘର ନୂତନ କର୍ମକର୍ତା; ସଭାପତି ମୀନକେତନ ସାହୁ, ସମ୍ପାଦକ ଅମିତ ଶର୍ମା, ଉପସଭାପତି ହରିହର ସାହୁ, ଉପସଭାନେତ୍ରୀ ପୁଷ୍ପଲତା କୁମାର, ଯୁଗ୍ମ ସମ୍ପାଦକ ପଙ୍କଜ କୁମାର ସାହୁ, ଦୁର୍ଗା ମାଧବ କୁମାର, ହେମନ୍ତ କୁମାର ସାହୁ, ସଂଯୋଜକ ଡମ୍ବରୁଧର ବେହେରା, କୋଷାଧ୍ୟକ୍ଷ ମନୋଜ କୁମାର ସାହୁ ପ୍ରମୁଖଙ୍କୁ ଶପଥ ଗ୍ରହଣ କରାଇ ଥିଲେ ଜିଲ୍ଲା ସଂଘ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ । ଶିକ୍ଷକ ଶରତ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ପୂର୍ବତନ ସଭାପତି ମଧୁସୂଦନ ରାଉତ ଏବଂ ସୁରେଶ ଶର୍ମା ମିଳିତ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।