କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଯୁବ ସଂସ୍କାର ପ୍ରେକ୍ଷାଳୟଠାରେ କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବରେଡକ୍ରସ ପରାମର୍ଶଦାତାମାନେ ଯୋଗଦାନ କରିଥିଲେ । ପ୍ରଥମେ କୁଳପତି ରେଡକ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓ ସଭାପତିତ୍ୱ ବକ୍ତବ୍ୟରେ ନିୟମିତ ରାଜ୍ୟ ଅଂଶ ପ୍ରଦାନ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ସ୍ବେଛାସେବୀ ତଥା ଜନସାଧାରଣଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହ ରକ୍ତ ସଙ୍କଟକୁ ଦୂର କରିବା ପାଇଁ ଖୁବ୍ ଶୀଘ୍ର ଜିଲ୍ଲାରେ ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ କାରୀ ଭ୍ୟାନ୍ ପ୍ରଚଳନ କରାଯିଵାକୁ ପ୍ରସ୍ତାବ ଦେଇଥିଲେ । ଏହାସହ ବିଶ୍ବବିଦ୍ୟାଳୟର ପ୍ରତ୍ୟେକ ସ୍ନାତକ ଛାତ୍ର ଛାତ୍ରୀ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ୍ ନେବାପାଇଁ ଆହ୍ବାନ ଦେଇଥିଲେ କୁଳପତି । ପିଜି କାଉନସିଲ ଚେୟାରମ୍ୟାନ ମେଜର ଡ. ଜୟଦେବ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରି ସାଧାରଣ ଲୋକଙ୍କ ସେବାରେ ଜିଲ୍ଲାର ଯୁବ ରେଡକ୍ରସ୍ ପରାମର୍ଶଦାତାମାନେ ନିୟୋଜିତ ହୋଇ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ବବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଆବାହକ ସଂପାଦକ ସଂଜିବ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରି ବୈଠକର ଉଦେଶ୍ୟ ଜ୍ଞାପନ କରିଥିଲେ । ୨୦୨୧-୨୨ ଶିକ୍ଷା ବର୍ଷରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ହୋଇ ଥିବା ସଚେତନ ମୂଳକ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ବାର୍ଷିକ ବିବରଣୀ ପ୍ରଦର୍ଶିତ କରା ଯାଇଥିଲା । ବୈଠକରେ ରକ୍ତଦାନ ଶିବିର ଆୟୋଜନ, ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା ବିଷୟରେ ମହାବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷଣ ପାଇଁ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ଓ ପରାମର୍ଶଦାତାମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କରାଯାଉଥିବା ବିଭିନ୍ନ ସେବା ଓ ସଚେତନ କାର୍ଯ୍ୟକ୍ରମର ଆୟୋଜନର ସମସ୍ୟା ଉପରେ ମନ୍ତବ୍ୟ ରଖିଥିଲେ । ବିଗତ ବର୍ଷ  ମହାବିଦ୍ୟାଳୟ ମାନଙ୍କରେ ଅନେକ ସେବା ଓ ସଚେତନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଅତିଥିମାନେ ଆନନ୍ଦିତ ହେବା ସହ ଚଳିତ ବର୍ଷ ଆହୁରି ଅନେକ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ଉପଖଣ୍ଡ ସ୍ତରୀୟ ଯୁବରେଡକ୍ରସ ଶିବିର ଆୟୋଜନ ପାଇଁ ଆଲୋଚନା କରାଯାଇଥିଲା । ଭବାନୀପାଟଣା ଉପଖଣ୍ଡରେ ଜେ.କେ. ମହାବିଦ୍ୟାଳୟ ରିଶିଡା ଓ ଧର୍ମଗଡ ଉପଖଣ୍ଡରେ ପି. ଏସ୍. ଡିଗ୍ରୀ ମହାବିଦ୍ୟାଳୟ କୋକସରା ଠାରେ ଜିଲ୍ଲା ସ୍ତରୀୟ ଶିବିର ଆୟୋଜନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା। କାର୍ଯ୍ୟକ୍ରମ ଶେଷରେ ଯୁବରେଡକ୍ରସ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ପରାମର୍ଶଦାତାମାନେ ଅଂଶ ଗ୍ରହଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.