ଟାଟା କମ୍ପାନୀରେ ନିଯୁକ୍ତି ପାଇ ଗୋଲାମୁଣ୍ଡା ବ୍ଲକର ୧୨ ଜଣ ଯୁବତୀଙ୍କ ହୋସୁର ଯାତ୍ରା, ଶୁଭେଚ୍ଛା ଜଣାଇଲେ ବ୍ଲକ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଯୋଜନା ମାଧ୍ୟମରେ ଗୋଲାମୁଣ୍ଡା ବ୍ଲକର ୧୨ ଜଣ ଯୁବତୀ ଟାଟା କମ୍ପାନୀରେ ନିଯୁକ୍ତି ପାଇଥିବା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସୂଚନା ଦେଇଛନ୍ତି । ଏହି ଯୁବତୀମାନେ ତାମିଲନାଡୁର ହୋସୁର ଠାରେ ଥିବା ଟାଟା କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ଏହି ଯୁବତୀମାନେ ଆଜି ଭବାନୀପାଟଣାରୁ ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ ସେଠାରୁ ବିମାନ ଯୋଗେ ବେଙ୍ଗଳୁରୁ ଓ ସେଠାରୁ ନିଜର ନିଯୁକ୍ତି ସ୍ଥଳ ହୋସୁରକୁ ଯିବେ ବୋଲି ଜଣାପଡିଛି । ଏଥିପାଇଁ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ବିଡ଼ିଓ ଶ୍ରୀଧର ପଣ୍ଡା, ଓଡିଶା ଜୀବନ ଜିବୀକା ମିଶନର ପିପିଏମ ସୁଧାଂଶୁ ବିଶ୍ବାଳ ପ୍ରମୁଖ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.