ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଦିଲ୍ଲୀଠାରେ ଚିକିତ୍ସିତ ହେଉଥିବା ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କୁ ଭେଟିଛନ୍ତି କଳାହାଣ୍ଡି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଙ୍ଘ ସଭାପତି ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ସେ ବିଧାୟକ ଶ୍ରୀ ନାଏକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସଦର ବିଧାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅନେକ ଉନ୍ନତି ହୋଇଥିବା ବେଳେ ଅତି କମ ଦିନ ମଧ୍ୟରେ ସେ କଳାହାଣ୍ଡି ଫେରି ଆସିବେ ବୋଲି ସୂଚନା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ । ସୂଚନାଯୋଗ୍ୟ ଯେ ସଦର ବିଧାୟକ ଶ୍ରୀ ନାଏକ କୋଭିଡରେ ଆକ୍ରାନ୍ତ ହୋଇ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରଥମେ ଭୁବନେଶ୍ୱର ଏମ୍ସ ପରେ ଦିଲ୍ଲୀ ଏମ୍ସ ଓ ବର୍ତ୍ତମାନ ଏକ ଭଡା ଘରେ ରହି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।