ଜାଲ୍ ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗୁପ୍ତଚର ଅଭିଯୋଗରେ ଗିରଫ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲ୍ ପରିଚୟ ଦେଇ ରହୁଥିଲେ ଚାଇନା ମହିଳା। ଗୁପ୍ତଚର ଅଭିଯୋଗରେ ଗିରଫ କଲା ପୋଲିସ। ତେବେ ଏହି ମହିଳା ଜଣକ ହେଉଛନ୍ତି  କାଇରୁଓ। ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା ଜଣକ ଦିଲ୍ଲୀରେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ଭାବେ ନକଲି ପରିଚୟ ଦେଇ ରହୁଥିଲେ। ମହିଳା ଜଣକର ସ୍ୱଳ୍ପ ଚୁଟି ଥିବା ବେଳେ  ପାରମ୍ପରିକ ବୌଦ୍ଧ ବସ୍ତ୍ର ପରିଧାନ କରିଛନ୍ତି। ମହିଳା ଜଣକ  ନିଜକୁ ନେପାଳୀ ବୋଲି ପରିଚୟ ଦେଇ ଦିଲ୍ଲୀରେ ବାସ କରୁଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସ ନିକଟରେ ତିବତ୍ତୀୟ ଶରଣାର୍ଥୀ କଲୋନୀ ନିକଟରେ ରହୁଥିଲେସୋମବାର ଦିଲ୍ଲୀର ମଞ୍ଜୁ କା ତିଲାର ଉକ୍ତ ଚୀନା ମହିଳାଙ୍କୁ ଅଟକ ରଖାଯାଇଥିଲା। ଯାଞ୍ଚ ସମୟରେ ତାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ୱ ପ୍ରମାଣପତ୍ର ମିଳିଥିଲା। ସେଥିରେ ଉଲ୍ଲେଖ ଅଛି ଯେ, ସେ ହେଉଛନ୍ତି ନେପାଳର କାଠମଣ୍ଡୁବାସିନୀ ଦୋଲ୍‌ମା ଲାମା। ଫରେନ୍‌ ରିଜୋନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌’ (ଏଫ୍‌ଆର୍‌ଆର୍‌ଓ) ସହିତ ଯୋଗାଯୋଗ କରିବା ପରେ ଗିରଫ ମହିଳାଜଣକ ଚାଇନା ନାଗରିକ  ବୋଲି ଜଣାପଡ଼ି ଥିଲା। ୨୦୧୯ରେ ସେ ଭାରତକୁ ଆସିଥିବା ଜଣାପଡ଼ିଛି। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଆଣ୍ଡ୍‌ ଫରେନ୍‌ ଆକ୍ଟ ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ୧୪ ଦିନ ଲାଗି ମହିଳାଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.