ମନୋଜ ମହାନ୍ତିଙ୍କୁ ଦେବଗିରି ସାହିତ୍ୟ ସମ୍ମାନ

କଳାହାଣ୍ଡି,୧୯ା୧୧: ଏବର୍ଷର ମର୍ଯାଦାଜନକ ‘ଦେବଗିରି ସାହିତ୍ୟ ସମ୍ମାନ’ ପାଇବେ ବିଶିଷ୍ଟ ଗାଳ୍ପିକ ମନୋଜ ମହାନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

Omkar Vasthu
Omkar Vasthu

ଓଡ଼ିଆ ଗଳ୍ପରେ ଶ୍ରୀ ମହାନ୍ତିଙ୍କ ନିଜସ୍ୱ ଶୈଳୀ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ସେଥିରେ ସାଧାରଣ ଜନଜୀବନର କଥା ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ ହୋଇପାରିଛି । ସାଧାରଣ ଚର୍ଚ୍ଚା ଓ ଖ୍ୟାତି ତଥା ବାଦବିବାଦର ଉଦ୍ଧ୍ୱର୍ରେ ରହି ସେ ନିଜ ସାହିତ୍ୟ ସାଧନା ଜାରି ରଖିଛନ୍ତି । ୨ ସେପ୍ଟେମ୍ବର ୧୯୬୭ରେ ବଲାଙ୍ଗୀର ଜିଲ୍ଲା ଲାଠୋର ଠାରେ ଜନ୍ମିତ ମନୋଜ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରେ ଅବସ୍ଥାନ କରୁଛନ୍ତି । ତାଙ୍କ ଗଳ୍ପ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ବିପୁଳ ପାଠକୀୟତା ହାସଲ କରିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

 

ନଭେମ୍ବର ୨୧ରୁ ୨୩ ତାରିଖ ଯାଏଁ ଆୟୋଜିତ ହେଉଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଶିଷ୍ଟ କଥାକାର ସୁକାନ୍ତ ସାହୁ ଓ ଯାଜ୍ଞସେନୀ ସାହା, ବିଶିଷ୍ଟ କବି ଭାରତ ମାଝୀ ଓ ପଦ୍ମଲୋଚନ ମିଶ୍ର ଏହି ସମ୍ମାନ ପାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.