ଆମେ ଓଡ଼ିଆ ଭାରି ବଢିଆ ପରିବାର ଓ ଉତ୍କଳ ସ୍ଵୟଂ ସେବକ ଦଳ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ଜିଲ୍ଲା ଈଶାଣୀବ୍ରହ୍ମପୁର ଗ୍ରାମର ବନଦୂର୍ଗା ପୂଜା ମଣ୍ଡପଠାରେ ଆଜି ପବିତ୍ର ଦୀପାବଳୀ ଓ କାଳୀ ପୂଜା ଅବସରରେ ଆମେ ଓଡ଼ିଆ ଭାରି ବଢିଆ ପରିବାର ଓ ଉତ୍କଳ ସ୍ଵୟଂ ସେବକ ଦଳ ତରଫରୁ ବିଶ୍ବର କଲ୍ୟାଣ ନିମନ୍ତେ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଭୟ ସଂଗଠନର ସଦସ୍ୟମାନେ ଏହି ବିଶ୍ଵ ଶାନ୍ତି ପାଇଁ ଦୀପଦାନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ଵର ଶାନ୍ତି କାମନା ନିମନ୍ତେ ଦୀପ ଟିଏ ଦାନ କରିବା ।ଏହି କାର୍ଯ୍ୟକ୍ରମରେ ଆମେ ଓଡ଼ିଆ ଭାରି ବଢିଆ ପରିବାରର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ, ଟୁଲୁ ମହାପାତ୍ର, ସରୋଜ ଦାଶ, ଉତ୍କଳ ସ୍ଵୟଂ ସେବକ ଦଳର ପ୍ରତିଷ୍ଠାତା ଅମିୟ କୁମାର ହୋତା, ସଭାପତି ପ୍ରଦ୍ୟୁମ୍ନ ଜେନା, ଦିବ୍ୟସାଇ ହୋତା, ସୌମ୍ୟରଂଜନ, ମୋନାଲିସା ଦାସ, ସୁରେଶ ସାହୁ, ଚିନ୍ମୟ ଜେନା, ଅଭିଜିତ, ଆକାଶ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ସଦସ୍ୟମାନେ ଏହି ଦୀପଦାନ କାର୍ଯ୍ୟରେ ସହଯୋଗ କରି କାର୍ଯ୍ୟକୁ ସଫଳ କରିଥିଲେ । ବିଶ୍ବର କଲ୍ୟାଣ ନିମନ୍ତେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.